-+91-9937148622 |
prerana_bgr@rediffmail.com |
Sunday 29th March 2026 |
R.N.I. Regd No. ODIODI/2010/46693
Breaking News
13-Dec-2021
ବଲାଙ୍ଗିର (ପ୍ରେରଣା ଖବର) : ଆଜି ସ୍ଥାନୀୟ ଏଲ୍ଆଇସି ଅଫିସ କାର୍ଯ୍ୟାଳୟ ସମ୍ମୁଖରେ "ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ର"ର ବଲାଙ୍ଗିର ଶାଖା ଉଦ୍ଘାଟିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଏହି ବ୍ୟାଙ୍କ୍କୁ ଉଦ୍ଘାଟନ କରିଛନ୍ତି । ଅନ୍ୟତମ ଅତିଥି ଭାବରେ ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ର’ର ଡେପୁଟି ଜୋନାଲ୍ ମ୍ୟାନେଜର ଶଶାଙ୍କ ସାହୁ ଯୋଗ ଦେଇଥିଲେ।
ବଲାଙ୍ଗିର ଶାଖାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨୩ ଗୋଟି ସାଖା ଖୋଲା ଯାଇଛି। ଆଗକୁ ମଧ୍ୟ ବଲାଙ୍ଗିର ଜିଲ୍ଲାର ଅନେକ ସ୍ଥାନରେ ବ୍ୟାଙ୍କ ସାଖା ଖୋଲିବାର ବ୍ୟବସ୍ଥା ରହିଛି। ବ୍ୟାଙ୍କ ଗ୍ରାହକ ମାନଙ୍କପାଇଁ ଅନେକ ସୁବିଧା ସୁଯୋଗ ଆଣିଛି ଏହି 'ବ୍ୟାଙ୍କ ଅଫ
ମହାରାଷ୍ଟ୍ର"। ଅନ୍ୟ ବ୍ୟାଙ୍କ ଅପେକ୍ଷା "ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ରରେ" ସୁନାଋଣ, ଗୃହଋଣ, ଗାଡ଼ି ଋଣ ସମେତ ବିଭିନ୍ନ ପ୍ରକାର ଋଣ କମ ସୁଧ ହାରରେ ମିଳିପାରିବ ବୋଲି ସୂଚନା ଦେଇଛନ୍ତି ଡେପୁଟି ଜୋନାଲ୍ ମ୍ୟାନେଜର। ଏଥିରେ ଅଧ୍ୟକ୍ଷତା କରିଥିଲେ ବଲାଙ୍ଗିର ଶାଖାର ଜିଏମ୍ ଲୋକନାଥ ସାହୁ l ଏହି ବ୍ୟାଙ୍କ ସର୍ବସାଧାରଣଙ୍କୁ ବିଶେଷ ଆର୍ଥିକ ସହାୟତା ପ୍ରଦାନ କରିବ ବୋଲି ଆଶା ପ୍ରକାଶ କରାଯାଇଛି ।