-+91-9937148622 |
prerana_bgr@rediffmail.com |
Monday 30th March 2026 |
R.N.I. Regd No. ODIODI/2010/46693
Breaking News
13-Dec-2021
ସୋନପୁର(ପ୍ରେରଣା ଖବର)- ସୋନପୁର ସଦର ବିଶ୍ୱଭାରତୀ ଚିନ୍ତନ ଶିକ୍ଷା ନିକେତନରେ ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନଶିକ୍ଷକ ଅକ୍ଷୟ କୁମାର ସାହୁ ରେଡକ୍ରସ ପତାକା ଉାତୋଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ, ସାଧନକର୍ମି ଚନ୍ଦ୍ରମଣି ବାଘ, ଚନ୍ଦ୍ର ଶେଖର ମହାପାତ୍ର, ପରାମର୍ଶଦାତା ଗୋପେଶ ପଣ୍ଡା ପ୍ରମୁଖ ଜୁନିଅର ଛାତ୍ରଛାତ୍ରୀ ମାନଙ୍କୁ ରେଡକ୍ରସର ଇତିହାସ, ଜୁନିଅର ରେଡକ୍ରସର ଲକ୍ଷ୍ୟ, ସପ୍ତନୀତି, ଦୁର୍ଘଟଣାରୁ ସୁରକ୍ଷା, ନିଆଁ ଜନିତ ବପଦରୁ ସୁରକ୍ଷା, ପ୍ରାଥମିକ ଚିକିତ୍ସା, ମୁର୍ଚ୍ଛା, ରକ୍ତସ୍ରାବ, ଭିକଟିମ୍ କୁ ସେବା ଦେବା ସମୟର ସତର୍କତା , ବ୍ଲିଡିଙ୍ଗ, ଅସ୍ଥିଭଗ୍ନ, ବ୍ୟାଣ୍ଡେଜ ଭଳି ବିଭିନ୍ନ ସଚେତନତା ଧର୍ମୀ ଶିକ୍ଷା ବିଷୟରେ
ଡେମୋନେଷ୍ଟ୍ରେସନ ମାଧ୍ୟମରେ ତାଲିମ ଦେଇଥିଲେ । ଶ୍ରୀପଶାୟତ ଜୁନିଅର ମାନଙ୍କୁ ରେଡକ୍ରସ ମାଧ୍ୟମରେ ସେବା ପ୍ରଦାନ କରିବାର ପ୍ଲେଜ ପାଠ କରାଇଥିଲେ । ଶିକ୍ଷକ ଲୋକନାଥ ଠେଲା ଦିବସର ଉଦ୍ଦେଶ୍ୟ ତଥା ସ୍ୱାଗତ ଭାଷଣ ଦେଇଥିଲେ । ଜୁନିଅର ଛାତ୍ରୀ ଆଲିସା ପ୍ରଦର୍ଶିକା ପାଣ୍ଡିଆ ପତାକା ଅବତରଣ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ଚିତରଂଜନ ଭୋଇ, ଲବ ପରୁଆ, ପଦ୍ମନାଭ ନନ୍ଦ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଜୁନିଅର ରେଡକ୍ରସ ପରାମର୍ଶଦାତା ବାସୁଦେବ ବିଶି ଧନ୍ୟବାଦ ଅର୍ପଣ କରଥିଲେ ।