-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
10-Dec-2021
କଣ୍ଟାବାଞ୍ଜି(ଆନନ୍ଦ ମୋଟେ) : କଣ୍ଟାବାଞ୍ଜି ସବ ଜେଲ ପରିସରରେ କାରାଗାର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ମାରୱାଡ଼ି ଯୁବା ମଂଚ ବିକାଶ ଶାଖାଙ୍କ ସହଯୋଗରେ ଅନ୍ତେବାସୀଙ୍କ ଉପସ୍ଥିତିରେ କଣ୍ଟାବାଞ୍ଜି ଉପ-କାରାଗାର ଜେଲର ବିକାଶ ଲତା ବାରୁ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭବରେ କଣ୍ଟାବାଞ୍ଜି ଭୋକେଶନଲ କଲେଜ ପ୍ରିନ୍ସିପlଲ ସତ୍ୟବ୍ରତ ମିଶ୍ର, ସମ୍ମାନିତ ଅତିଥି ଭାବେ କଣ୍ଟାବାଞ୍ଜି ମେଡ଼ିକାଲ ଅଫିସର ଡାକ୍ତର ଏସପିଡ଼ି ପଣ୍ଡା, ମାରୱାଡ଼ି ଯୁବା ମଂଚ ସର୍ବଭାରତୀୟ ଯୁଗ୍ମ ସମ୍ପାଦକ ବଜରଙ୍ଗ ଜିନ୍ଦଲ, ବିକାଶ ଶାଖା ସଭାପତି ଅର୍ପଣ ଜୈନ, ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ଆଶିଷ ଖେତାନ, ବରିଷ୍ଠ ସଦସ୍ୟ ଆନଂଦ ମୋଟେ ମଞ୍ଚାସୀନ ରହିଥିଲେ । ଏହି ଅବସରରେ ଅତିଥି ମାନେ ଅନ୍ତେବାସୀଙ୍କୁ ଭଲ କାମ କରିବା ପାଇଁ ଏବଂ ନିଜର ଜୀବନ ରେ ପରିବର୍ତ୍ତନ ଆଣିବାକୁ ପ୍ରେରଣା ଦେଇଥିଲେ lଏହି ଅଵସରରେ ଅନ୍ତେବାସୀଙ୍କ ମଧ୍ୟରେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ମାନଙ୍କୁ ପୁରସ୍କୃତ କରାଯାଇଥିଲ । ଅନ୍ତେବାସୀ ମାନଙ୍କୁ ଖାଦ୍ୟ ସାମଗ୍ରୀ, ସାହିତ୍ୟ ଏବଂ ତାଙ୍କ ଉପଯୋଗରେ ଆସୁଥିବା ଅନ୍ୟ ସାମଗ୍ରୀ ଦିଆଯାଇଥିଲା । ଅନ୍ତେବାସୀ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଜେଲର ବିକାଶ ଲତା ବାରୁ ସମସ୍ତ ଅତିଥି ଏବଂ ମାରୱାଡ଼ି ବିକାଶ ଶାଖା କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ବିକାଶ ଶାଖା ସଦସ୍ୟ ଦୀପକ ଜୈନ, ରଜତ ଅଗ୍ରୱାଲ, ଅମନ ଅଗ୍ରୱାଲ, କେଶବ ଅଗ୍ରୱାଲ, ପୀୟୂଷ ଜିନ୍ଦଲ, ମୟଙ୍କ ଜୈନ, ଅନୁପ ଜୈନ ,ଅଙ୍କିତ ଜୈନ, ବିକାଶ ଜୈନ ପ୍ରମୁଖ ଉପସ୍ଥିତ ଥିଲେ ।