-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
10-Dec-2021
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) : ହେଲିକେପ୍ଟର ଦୁର୍ଘଟଣା ରେ ଦେଶ ର ସର୍ବୋଚ୍ଚ ସେନା ଅଧିକାରୀ ବିପିନ ରାୱତଙ୍କ ସମେତ ତାଙ୍କ ଧର୍ମ ପତ୍ନୀ ଓ ସେନା ବାହିନୀଙ୍କ ଦେହାନ୍ତ ରେ ସାରା ଦେଶ ସ୍ତବ୍ଧ ହୋଇ ଯାଇଥିବା ବେଳେ ଆଜି ଶ୍ରୀ ରାୱତ
ଓ ସେଇ ଦେଶ ର ମହାନ ଯୋଦ୍ଧା ସହିଦ ଅମର ଯବାନ ମାନଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ସୁବର୍ଣ୍ଣପୁର କଲେଜ ଏନ୍ ସି ସି ଛାତ୍ରଛାତ୍ରୀ ଙ୍କ ପକ୍ଷରୁ ଏକ ଶୋକ ସଭା ର ଆୟୋଜନ କରାଯାଇଥିଲା l ଏଥିରେ କଲେଜର ସମସ୍ତ ଛାତ୍ରଛାତ୍ରୀ ତଥା ଅଧ୍ୟାପକ ଅଧ୍ୟାପିକା ଯୋଗ ଦେଇ ସ୍ବର୍ଗୀୟ ସେନା ମୁଖ୍ୟଙ୍କ ଫଟୋ ଚିତ୍ର ରେ ଧୂପ ପୁଷ୍ପ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ୍ରୀ ରାୱତ ଙ୍କ ସ୍ମୃତି ଚାରଣ କରିଥିଲେ l