-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
10-Dec-2021
କର୍ଲାମୁଣ୍ଡା: (ପ୍ରଦୀପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପରିସରରେ ଗୁରୁବାର ବ୍ଲକ ସ୍ତରୀୟ ନିଯୁକ୍ତି ମେଳା ଓ ପରାମର୍ଶ ଶିବିର ଆୟୋଜନ ହୋଇଯାଇଛି।ଏଥିରେ ଜିଲ୍ଲା ନିୟୋଜନ ଅଧିକାରୀ ଅଜିତ କୁମାର ଅଧିକାରୀ, ବିଜୟ କୁମାର ଉପାଧ୍ୟାୟ, ଶ୍ରୀମନ୍ତ ପଣ୍ଡା, ସମିତି ସଭ୍ୟ ଜୋସୋବନ୍ତସାହୁ,ବିଡ଼ିଓ ପ୍ରିୟ ଦର୍ଶନୀ ମିର୍ଦ୍ଧ।, ଓଡ଼ିଶା ଜୀବନ ଜୀବିକା ମିଶନ ର କର୍ଲାମୁଣ୍ଡା ବ୍ଲକ ଭାର ପ୍ରାପ୍ତ ବିପିଏମ ଲଳିତ କୁମାର ବିଶି ପ୍ରମୁଖ ଯୋଗ ଦେଇ ସରକାର ଙ୍କ ବିଭିନ୍ନ ଯୋଜନା ଉପରେ ଆଲୋଚନା କରିଥିଲେ। ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାର ୧୦ ରୁ ଉର୍ଦ୍ଧ୍ବ କମ୍ପାନୀ ଯୋଗ ଦେଇଥିଲେ।ତେବ ଏହି ଶିବିରରେ ୨୨୦ ଜଣ ଉପସ୍ଥିତ ରହି ନିଯୁକ୍ତି ସମ୍ବନ୍ଧୀୟ ପରାମର୍ଶ ନେଇଥିବା ଲଳିତ ବିଶି ସୂଚନା ଦେଇଛନ୍ତି।