-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
09-Dec-2021
ବଲାଙ୍ଗିର(ସନ୍ତୋଷ କୁମାର ଠାକୁର) : ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀପ ପ୍ରଜ୍ବଳନ କରାଯାଇ ସିଡିଏସ୍ ଜେନେରାଲ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସମେତ ୧୧ ଜଣ ସହିଦ ଯବାନଙ୍କୁ ବଲାଙ୍ଗିରବାସୀଙ୍କ ତରଫରୁ ସମୂହ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି ।
ସୂଚନା ଅନୁଯାୟୀ ଗତ ଗୁରୁବାର ଦିନ ସୁଲୁର ରୁ ୱାଲିଙ୍ଗଟନ ଯିବା ବେଳେ କନ୍ନୁର ଠାରେ ଭାରତୀୟ ବାୟୁସେନାର ହେଲିକପ୍ଟର ଦୁର୍ଘଟଣା ଘଟିଥିଲା ଯୋଉଁଥୂରେ ସିଡିଏସ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ଓ ୧୧ ଜଣ ଜବାନଙ୍କ ପ୍ରାଣ ଚାଲିଯାଇଥିଲା ଓ ଗୃଫ୍ କ୍ୟାପଟେନ ବରୁଣ ସିଂହ ଚିକିତ୍ସିତ ହେଉଛନ୍ତି। ଏହି ମିଳିତ ଶ୍ରଦ୍ଧାଞ୍ଜଳି ସଭାରେ ୧୮୯ ବେଟାଲିୟନ ସିଆର୍ପିଏଫ୍ର କମାଣ୍ଡିଙ୍ଗ୍ ଅଫିସର୍ ପୱନ କୁମାର ତିୱାରୀ, ସେକେଣ୍ଡ ଇନ୍ କମାଣ୍ଡ ପୀତବାସ ପଣ୍ଡା, ଚିିକିତ୍ସା ଅଧିକାରୀ ଆର୍.ଆର୍. ରାମ, ଡେପୁଟି କମାଣ୍ଡେଣ୍ଟ ଡକ୍ଟର ବିନୋଦ କୁମାର ଚନ୍ଦନ, ପିଆର୍ଓ ତେଜରାଜ ମିଶ୍ର, ପୂର୍ବତନ ସୈନିକ ସଂଘର ସଂପାଦକ ପ୍ରତାପ ଚନ୍ଦ୍ର ରଥ, ଗୋପାଳଜୀ ପାଣିଗ୍ରାହୀ, ଦତ୍ତାନନ୍ଦ ପଣ୍ଡା, ଅନନ୍ତ ଦାଶ, କାହ୍ନା ଶତପଥୀ, ସନ୍ତୋଷ ସାହୁ, ସୁନିଲ ମିଶ୍ର, ବିନୋଦ , ରଂଜିତା ପାଣିଗ୍ରାହୀ, ଅନୁସୟା ବେଜ, ରଶ୍ମିରେଖା ଦାନୀ, ବନଶ୍ରୀ ଆଚାର୍ଯ୍ୟ, ଅମିତ ନାଏକ, ବିନୁ ଶତପଥୀ, ରିଲୁ ରଥ,ବିନୋଦ କାଲସାଏ, ପୀତାମ୍ବର ଖମାରୀ, ସୁନିଲ ସେଠ୍, ଅଜୟ ବାଲି ଦୀପକ ପଣ୍ଡା, ପ୍ରହ୍ଲାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।