-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
09-Dec-2021
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ)ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଠାରେ ଆଜି ଦିନ ୧୧ ଟା ସମୟରେ ଏଲ୍ ଡି ଏ ପ୍ରତିଷ୍ଠାତା ଲବ ସୁନା ଙ୍କ ନେତୃତ୍ୱ ରେ ଏଲ୍,ଡି,ଏ ପକ୍ଷରୁ ଏକ ରାଲି ବାହାରି ବ୍ଲକ କାର୍ଯ୍ୟାଳୟ କୁ ଯାଇଥିଲେ ଓ ବ୍ଲକ ସମ୍ମୁଖ ରେ ଧାରଣା ଦେଇ ଖପ୍ରାଖୋଲ ଅଞ୍ଚଳର ବିଭିନ୍ନ ସମସ୍ୟାକୁ
ନେଇ ନାରାବାଜି ଦେବା ସହିତ କିପରି ଶୀଘ୍ର ସମାଧାନ ହେବ ବୋଲି କହି ଦୀର୍ଘ ୫ ଘଣ୍ଟା ପର୍ଯ୍ୟନ୍ତ ଧାରଣା ଦେଇଥିଲେ । ବିଡ଼ିଓ କୌଣସି କାମରେ ଯାଇଥିବା ବେଳେ ତହସିଲଦାର ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ଖପ୍ରାଖୋଲ ବ୍ଳକ ଏକ ପଛୁଆ ଅଞ୍ଚଳ ହୋଇଥିବା ହେତୁ ଏଠାକାର ଲୋକଙ୍କ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଯାହାକି ଉତ୍ତମ ସ୍ବାସ୍ଥ୍ୟ ସେବା, ଶିକ୍ଷା, ବିଦ୍ୟୁତ୍ ଶକ୍ତି ଏବଂ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ରୁ ବାଦ୍ ପଡୁଥିବା ବେଳେ ମୌଳିକ ଅଧିକାର ରୁ ବଞ୍ଚିତ ହୁଅନ୍ତି। ମୁଖ୍ୟ ପ୍ରଶଙ୍ଗ ଥିଲା ଯେ
ଭୂମି ହୀନ ଆଦିବାସୀ ଓ ହରିଜନ ସମ୍ପ୍ରଦାୟର ଲୋକମାନଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଉ।ଏହି କାର୍ଯ୍ୟକ୍ରମ ରେ ଏଲ୍ ଡି ଏ ସଭାପତି ଶିବରାମ କୁମ୍ଭାର, ଉପସଭାପତି ଟିକେଶ୍ବର ଦୀପ, ସମ୍ପାଦକ ଏମ୍ ସୁନା, ସହ ସମ୍ପାଦକ ଜନକ ତାଣ୍ଡି ସମେତ ଖପ୍ରାଖୋଲ ଅଞ୍ଚଳ ର ଶତାଧିକ ପୁରୁଷ ଓ ମହିଳା ଯୋଗଦାନ କରିଥିଲେ।