-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
08-Nov-2020
(ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)ଆନନ୍ଦପୁର ବିଜେପି ନେତା ଅଲୋକ ସେଠୀଙ୍କ ନେତୃତ୍ୱରେ ଭରସା କରି ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଧାନମନ୍ତ୍ରୀ ମୋଦିଜି ଙ୍କ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପି ଦଳରେ ଅନ୍ୟ ଦଳ ର 50 ଜଣ କର୍ମୀ ମିଶିଛନ୍ତି l ହାଟଡିହି ବ୍ଲକ ନସିରପୁର ଖେଳ ପଡିଆ ଠାରେ ଏକ ସଭା ଆୟୋଜିତ ହୋଇଥିଲା l ଶାଳଣିଆ ବିଜେପି ର ମଣ୍ଡଳ ସଭାପତି ବଳଭଦ୍ର ବାରିକ ଙ୍କ ସଂଯୋଜନା ରେ ଜିଲ୍ଲା ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତ ସିଂହାର, ବିଧାନସଭା ସଂଯୋଜଳ ସୁଶାନ୍ତ ଜେନା, ବରିଷ୍ଠ ନେତା ରମାକାନ୍ତ ନାୟକ, ମଣି ନାୟକ, ରାଜେଶ୍ୱ ସେଠି,ମଣି ଚରଣ ଜେନା, ମଣ୍ଡଳ ଯୁବମୋର୍ଚା ସଭାପତି ଅଲୋକ ଦାସ, ଅଧର ନାୟକ, ଗୋପାଳ ସେନାପତି, ବାବାଜୀ ମାଝୀ, ରମାକାନ୍ତ ପଢ଼ିଆରୀ, ଲକ୍ଷ୍ମୀ ଦାସ, ରବୀନ୍ଦ୍ର ମଲ୍ଲିକ, ମହେନ୍ଦ୍ର ସାହୁ, ଅଟଳ ଦାସ, ପ୍ରଫୁଲ ସେନାପତି,କୈଳାଶ ଯେନା,ଚିକୁ ବେହେରା, ଅଲୋକ ଜେନା ପ୍ରମୁଖ ଉପସ୍ଥିତ ଥିଲେ l ନୂତନ କର୍ମୀ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ଏବଂ ଟୋପି ପିନ୍ଧାଇ ସ୍ୱାଗତ କରାଯାଇଥିଲା l