-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
08-Dec-2021
ନୂଆଦିଲ୍ଲୀ: ସିଡିଏସ୍ ବିପିନ ରାୱତଙ୍କ ପରଲୋକରେ ପ୍ରାଧାନମନ୍ତ୍ରୀଙ୍କ ଶୋକପ୍ରକାଶ । ଟ୍ୱିଟ କରି ଶୋକ ଜଣାଇଲେ ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି ଜେନେରାଲ ରାୱତ ଜଣେ ସଚ୍ଚା ଦେଶପ୍ରେମୀ ଥିଲେ, ସେନାକୁ ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ କରିବାରେ ବଡ଼ ଭୂମିକା ଥିଲା । ନୀତି ନିର୍ଦ୍ଧାରଣରେ ତାଙ୍କ ବିଚକ୍ଷଣତା ଅଦ୍ୱିତୀୟ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଠିକ୍ ସେହିପରି ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ନିଜ ଶୋକବାର୍ତ୍ତାରେ ଦେଶ ଜଣେ ବୀର ଯୋଦ୍ଧା କୁ ହରାଇଲା ବୋଲି କହିଛନ୍ତି l
କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ସାହ୍ ଓ ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସିଡିଏସ୍ ବିପିନ ରାୱତଙ୍କ ଦୁଃଖଦ ନିଧନ ରେ ଗଭୀର ଶୋକପ୍ରକାଶ କରିଛନ୍ତି l