-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
08-Dec-2021
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ଅନ୍ତର୍ଗତ ଭରୁଆପାଲି ଗାଁ ଖେଳ ପଡିଆ ସହୀଦ ବାଜି ରାଉତ କ୍ଳବ ତରଫରୁ ଚାଲିଥିବା ୧୮ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଆଜି ଚତୁର୍ଥ ଦିବସ ରେ ପହଞ୍ଚି ଅଛି। ଆଜି ପ୍ରଥମ ରାଉଣ୍ଡ ରେ ବଲାଙ୍ଗିର ଓ କୋଶଳ ଏକାଡେମୀ ସମ୍ବଲପୁର ମଧ୍ୟରେ ପ୍ରତିଯୋଗିତା ହୋଇଥିବା ବେଳେ ୨.୦ ରେ ବଲାଙ୍ଗିର ଦଳ ବିଜୟୀ ହୋଇଥିଲା ଏବଂ ଦ୍ବିତୀୟ ରାଉଣ୍ଡ ରେ କର୍ଲାକୋଟ ଓ ଲୋଇସିଂହା ମଧ୍ୟରେ ପ୍ରତିଯୋଗିତା ହୋଇ ଦୁଇ ଦଳ ବରାବର ହୋଇଥିବା ଯୋଗୁଁ ପ୍ଳାନ୍ଟିକ ର ସହାୟତା ରେ କର୍ଲାକୋଟ ଦଳ ବିଜୟ ହାସଲ କରିଛି। ଆଜି ର ଖେଳ
ରେ ମୁଖ୍ୟ ଅତିଥି ଭାବେ ନୁନହାଡ ସମିତି ସଭ୍ୟ ତଥା ଭରୁଆପାଲି ସରପଞ୍ଚ ଙ୍କ ସ୍ବାମୀ ଶ୍ରୀ ଯୁକ୍ତ ପୁରୁନ୍ଦର ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରୁଥିଲେ। ସମ୍ମାନୀତ ଅତିଥି ଭାବେ ହିରଣ୍ମୟ କରୁଆଁ, ଯୁବରାଜ ପୁଟେଲ, ମିନିକେତନ ଛତ୍ରିଆ, ସିଦ୍ଧେଶ୍ୱର ଭୋଇ, ବିକାଶ ଚନ୍ଦନ, କ୍ଷମା ମାଝୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଆସନ୍ତା କାଲି ପ୍ରଥମ ରାଉଣ୍ଡ ରେ ବଲାଙ୍ଗିର ଓ କର୍ଲାକୋଟ ଦ୍ବିତୀୟ ରାଉଣ୍ଡ ରେ ପଦ୍ମପୁର ଓ ବରଗଡ଼ ମଧ୍ୟରେ କ୍ବାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ସଭାପତି ସୀତାରାମ ମହାଖୁଡ ଓ ସମ୍ପାଦକ ଶଙ୍କର କରୁଆଁ ସୂଚନା ଦେଇଛନ୍ତି।