-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
08-Dec-2021
ପଦ୍ମପୁର:-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ବ୍ଳକ ରେ ଯାଉଥିବା ଟେମରି ଗ୍ରାମପଞ୍ଚାୟତ ଅଧିନସ୍ଥ ସୋଢା ଗ୍ରାମ ଠାରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମାର୍ଗଶିର ମାସ ଶୁକ୍ଳପକ୍ଷ ପଞ୍ଚମୀ ଦିନରେ ବହୁ ଆଡମ୍ବର ପୂର୍ଣ୍ଣ ଭାବେ ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଛି lଏହି ପୂଜାର୍ଚ୍ଚନା ମାନବ ସଭ୍ୟତାର ବିକାଶ ରେ ଚକ୍ର ସହ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଜଡ଼ିତ lଏହାକୁ ଦୃଷ୍ଟି ରେ ରଖି ମାର୍ଗଶିର ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ କୁମ୍ଭାର ସଂପ୍ରଦାୟର ଲୋକେ ଆବାହନ କାଳରୁ ଏ ପୂଜା ପାଳନ କରି ଆସୁଛନ୍ତି lଏ ଭଳି ପବିତ୍ର ପୂଜା ରୁଦ୍ରପାଳ କୁ ସ୍ୱୟଂ ଶ୍ରୀବିଷ୍ଣୁ ଚକ୍ର ପ୍ରଦାନ କରିଥିଲେ lରୁଦ୍ରପାଳ ସେଇ ଚକ୍ର କୁ ମର୍ତ୍ତ୍ୟ କୁ ଆଣି ପୂଜାର୍ଚ୍ଚନା କରିଥିଲେ l ରୁଦ୍ରପାଳ ଲୈାକିକ ଦେବତା lତାଙ୍କରି ଠାରୁ କୁରାଳ ବା କୁମ୍ଭାକାର ବଂଶ ସୃଷ୍ଟି ହୋଇଥିଲେ ଯାହା କିମ୍ବଦନ୍ତୀ ରୁ ଜଣାଯାଏ lପୂଜା କାର୍ଯ୍ୟ କୁ କର୍ତ୍ତା ଭାବେ ସୋଢ଼ା ଗ୍ରାମ ର ଅରୁପାନନ୍ଦ ରଣା ଏବଂ ତାଙ୍କ ସହଧର୍ମିଣୀ ଶ୍ରୀମନ୍ତିନୀ ରଣା ଦାୟିତ୍ଵ ତୁଲାଇ ଆଗେଇ ନେଇଥିବାବେଳେ,ପୂଜକ ରମେଶ ଯୋଶୀ ପୂଜାକାର୍ଯ୍ୟ ରେ ଆଗେଇ ନେଉଥିବା ଲକ୍ଷ କରାଯାଇଛି lଏ ଅବସରରେ ପାଇକମାଲ ବ୍ଳକ ସଭାପତି ଶ୍ୟାମ ରଣା,ଟେମରି ମଣ୍ଡଳ ସଭାପତି ଗୋବିନ୍ଦ ରଣା, ବ୍ଳକ ସମ୍ପାଦକ କୁବେର ରଣା, ମଣ୍ଡଳ ସମ୍ପାଦକ ଅରୁପା ରଣା ତଥା ସମାଜ ର ଅନ୍ୟାନ୍ୟ ସଭ୍ୟ ସର୍ବଶ୍ରୀ:- କିଶୋର ରଣା, ବିରଞ୍ଚି ରଣା, ବୈଷ୍ଣବ ରଣା, ବିଶି ରଣା ଏବଂ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀମାନ ବାଲାଜୀ ରଣା ଉପସ୍ଥିତ ସହ ପୂଜାକାର୍ଯ୍ୟ କୁ ତଦାରଖ କରୁଛନ୍ତି l