-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
07-Dec-2021
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ପୋଲିସ ଦ୍ବାରା ୧୨ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ବେଳେ ଦୁଇ ଅଟୋ ଡ୍ରାଇଭରକୁ ଗିରଫ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଏ, ଏସ୍,ଆଇ ସାୱନ କେରକେଟା ତା.୬/୧୨/୨୧ ସମୟ ୧୦ ଟାରେ ନିଜ ଥାନା ଏରିଆ ରେ ପେଟ୍ରୋଲିଂ କରୁଥିଲେ ସେହି ବେଲପଡା ବ୍ଳକ କନ୍ଧେନଝୁଲା ଛକ ଠାରେ ଦୁଇଟି ଅଟୋ ରିକ୍ସା ରେ ଖପ୍ରାଖୋଲ ଥାନା ଭରୁଆମୁଣ୍ଡା ଗାଁ ର ୩ ଜଣ ପୁରୁଷ,୫ଜଣ ମହିଳା,୪ ଜଣ ଶିଶୁ ଥିବା ଦେଖିବାକୁ ପାଇଥିଲେ।ପରେ ଖପ୍ରାଖୋଲ ଥାନା ଆଣି ୧ .୨୯ ରେ କେଶ ରେଜିଷ୍ଟ୍ରେସନ କରିଥିଲେ ଓ ଦୁଇ ଅଟୋ ଡ୍ରାଇଭରକୁ ଗିରଫ କରିବା ସହ ଦୁଇ ଅଟୋ କୁ ଜବତ କରିଛନ୍ତି। ଥାନା ରେ କେଶ ନମ୍ବର ୧୨୦,୩୭୦,୩୭୪,୩୪ ଆଇ ପି ସି ଧାରା ରୁଜୁ କରି ଡ୍ରାଇଭର ବିରଞ୍ଚି ବାଗ(୪୧) ଓ ପୂର୍ଣ୍ଣ ବଗର୍ତ୍ତି (୩୦) କୁ କୋର୍ଟ ଚାଲାଣ କରିଥିବା ତଦନ୍ତ କାରୀ ଅଫିସର ନାରାୟଣ ସାହୁ ସୂଚନା ଦେଇଛନ୍ତି। ମୁଖ୍ୟ ଦଲାଲ୍ କନ୍ଧେନଝୁଲା ଗାଁ ଗୋପ ରାଏ (୫୭) ଓ କଣ୍ଟାବାଞ୍ଜି ଅମରେନ୍ଦ୍ର ବାଗ ଫେରାର ଥିବା ଥାନା ଅଧିକାରୀ ରମାକାନ୍ତ ସାହୁ କହିଛନ୍ତି।