-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
05-Dec-2021
କଣ୍ଟାବାଞ୍ଜି (ଆନନ୍ଦ ମୋଟେ) : ପ୍ରେସ କ୍ଲବ କଣ୍ଟାବାଞ୍ଜି ତରଫରୁ ଆରୋଗ୍ୟମ ମେଡ଼ିକାଲ ପରିସରରେ ଏକ ମାଗଣା ମାନସିକ ରୋଗ ଚିକିତ୍ସା ଶିବିରର ଆୟୋଜନ କରାଯାଇଛି । ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂହ ସାଲୁଜାଙ୍କ ସଭାପତିତ୍ୱରେ ଏହି ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରା ଯାଇଛି। ଏହି ଶିବିର ରେ ୯୨ ଲୋକଙ୍କ ଚିକିତ୍ସା ଏବଂ ପରାମର୍ଶ କରାଯାଇଥିଲା l ଏହି ଶିବିରରେ ପ୍ରସିଦ୍ଧ ସ୍ନାୟୁ ଏବଂ ମାନସିକ ରୋଗ ବିଶେଷଜ୍ଞ ଅନିଲ ନାୟକ ଚିକିତ୍ସା ପରାମର୍ଶ ଦେଇଥିଲେ l କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରେସ କ୍ଲବ କଣ୍ଟାବାଞ୍ଜି ର କାର୍ଯ୍ୟକାରୀ ସଭାପତି ସୁରଦାସ ବାଗ, ସମ୍ପାଦକ ସୁବ୍ରତ ମହାକୁର,ଉପସଭାପତି,ରଶ୍ମି ରଂଜନ ପୁଟେଲ, ମନୋଜ ଶର୍ମା, ଯୁଗ୍ମ ସମ୍ପାଦକ ଅନୀଲ ତ୍ରିପାଠୀ, ଦୀପକ ଯାଦବ, କେଶୀୟର ହନନ୍ନୀ ସିଂହ, ପରାମର୍ଶଦାତା ଆଶିଷ ଖୈତାନ, ଆନନ୍ଦ ମୋଟେ, ଦୁର୍ଗା ପ୍ରସାଦ ଗୁପ୍ତା, ଅଶୋକ ଖମାରି, କାର୍ଯ୍ଯକାରୀ ସଭ୍ୟ ଯୁଗଳ କିଶୋର ଶବର, ରୋହନ କୁମାର ମହତ,ବିଶିକେଶନ ମାଝୀ, ସୁବ୍ରତ ମହାକୁର,ବିକାଶ ମିତ୍ତଳ, ଜଗମୋହନ ତାଣ୍ଡି, ଦିନେଶ ଜୈନ,ଦୀପକ ପାଣିଗ୍ରାହୀ, ସୁଶାନ୍ତ ବେହେରା,ଗଣେଷ ଦାସ, ସହ ସ୍ବେଚ୍ଛାସେବୀ ଚିନ୍ତୁ ମହାକୁର, କରଣ ଭୋଇ, ବିପିନ ମହାପାତ୍ର, ଗୋପୁ ସଂଖାଲି କମ୍ପ, ପ୍ରମୁଖ ସହଯୋଗ କରିଥିଲେ । ପ୍ରେସ କ୍ଲବ ର ଏହି ଜନସେବା କାର୍ଯ୍ୟକୁ ଜନସାଧାରଣରେ ପ୍ରଶଂସା କରାଯାଉଛି।