-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
05-Dec-2021
ଖପ୍ରାଖୋଲ (ବସନ୍ତ ମେହେର): ପଶ୍ଚିମ ଓଡିଶାର ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ଜାରି ରହିଛି ଝିପି ଝିପି ବର୍ଷା,ବର୍ଷାର ପ୍ରକୋପରେ ଅନେକ ଚାଷ ସମ୍ପୂର୍ଣ ନଷ୍ଟ ହୋଇ ଯାଇଛି l ବଲାଙ୍ଗୀର ଜିଲ୍ଲାର ଅନେକ ଅଞ୍ଚଳରେ ଲୋକେ ଆତଙ୍କିତ ଚାଷ ଉପରେ ନିର୍ଭର କରନ୍ତି, ଯିଏ ଦେଶକୁ ବର୍ଷ ସାରା ପେଟକୁ ଦାନl ଯୋଗାଡ଼ କରୁଥିବା ଚାଷୀ ମୁଣ୍ଡ ଝାଳ ତୁଣ୍ଡରେ ମାରି ତାର ପରିଶ୍ରମ କରିଥିବା ବର୍ଷସାରା ଅମଳ ହୋଇ ଥିବା ଧାନ ଏବେ ଅମଳ ହେବା ସମୟରେ ଜୱଦ ଆସିବା ଫଳରେ ଅନେକ ଧାନ, ମୁଗ, ବିରି, ହରଡ଼, ଓ ଧଳା ସୁନା କହୁଥିବା କପା ବସ୍ତ୍ର ଯୋଗାଡ଼ କରୁଥିବା ଏବେ ସମ୍ପୂର୍ଣ୍ଣ ବର୍ଷା ପାଣିରେ ଭିଜି ସମ୍ପୂର୍ଣ ନଷ୍ଟ ହୋଇ ଯାଇଛି,ଚାଷୀ ଯେତେବେଳେ ତାର ହାଡଭଙ୍ଗା ପରିଶ୍ରମ ର ଫଳ ଅମଳକୁ ଦେଖି ତାର ଖୁସି ଆସିବା କଥା, ଚାଷୀ ଏବେ ମୁଣ୍ଡରେ ହାତ ମାରି ଘରେ ବସି ଚିନ୍ତାରେ, ପ୍ରଶାସନକୁ ଅନୁରୋଧ ଚାଷୀଙ୍କ ନଷ୍ଟ ହୋଇଥିବା ଫସଲକୁ ଯଦି ଆର୍ଥିକ ସହାୟତା ଦିଅନ୍ତି ତା ହେଲେ କିଛି ଚାଷୀ ସାହାଯ୍ୟ ପାଇ ପାରନ୍ତl