-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
04-Dec-2021
ପଦ୍ମପୁର:-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ବ୍ଳକ ଅଧିନରେ ଯାଉଥିବା ମାଣ୍ଡିଆଢିପା ଗ୍ରାମପଞ୍ଚାୟତ ସ୍ତରୀୟ ଚାଷୀ ବୃନ୍ଦ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି lଚଳିତ ବର୍ଷ ଧାନଚାଷ ବର୍ଷାଭାବ ରୁ ଉଜୁଡିଯାଇଥିଲେ ସୁଦ୍ଧା କାଁଭାଁ କିଛି ଧାନ ହୋଇଛି lତାକୁ ଆଖି ଆଗରେ ରଖି ଚାଷୀ ଙ୍କ ହିତଦୃଷ୍ଟି କୁ ପାଥେୟ କରି ମାଣ୍ଡିଆଢିପା ଠାରେ ଗତବର୍ଷ ଠାରୁ ଧାନ ମଣ୍ଡି ଖୋଲାଯାଇଛି lଏଇକ୍ରମରେ ଧାନ ମଣ୍ଡି କୁ ଚଳିତବର୍ଷ ଉଦଘାଟନ କରାଯାଇଛି l ସୋସାଇଟି ର ସମ୍ପାଦକ ରମେଶ ଚନ୍ଦ୍ର ସାହୁ,ଆରଏମସି ର କର୍ମକର୍ତ୍ତା ଓ ଚାଷୀ ସମୁହ ଉପସ୍ଥିତ ରହି ଗ୍ରାମପଞ୍ଚାୟତ ସ୍ତରୀୟ ମଣ୍ଡି ସୁ-ପରିଚାଳନା ସକାଶେ ଏକ ପରିଚାଳନା କମିଟି ଗଠନ କରାଯାଇଛି l ମାଣ୍ଡିଆଢିପା ର କୃଷକ ମାନେ ସର୍ବସମ୍ମତି କ୍ରମେ ଚାଷୀ ନେତା ଶ୍ରୀମାନ ରାହାସ ବିହାରି ସାହୁ ଙ୍କୁ ସଭାପତି ଦାୟିତ୍ୱ ତୁଲାଇବା ପାଇଁ ଦାୟିତ୍ବ ପ୍ରଦାନ କରାଯାଇଛି lଏ ପରିପ୍ରେକ୍ଷୀରେ ସମ୍ପାଦକ କୈାତୁକ ସାହୁ, କୋଷାଧ୍ୟକ୍ଷ ସୁକାନ୍ତ ସାଟୁଆ ମନୋନୀତ ହୋଇଛନ୍ତି lଏହି ବୈଠକ ରେ ସର୍ବଶ୍ରୀ:-ସତ୍ୟାନନ୍ଦ ସାହୁ, ଯୁଧିଷ୍ଠିର ସାହୁ,ଉଦ୍ଧବ ସାହୁ,କ୍ଷୀରବତୀ ନାୟକ,ଦୁକାଲୁ ସାହୁ ପ୍ରମୁଖ ତଥା ଶତାଧିକ ଚାଷୀ ଉପସ୍ଥିତ ଥିଲେ l ସଭାପତି ରାହାସ ବିହାରି ସାହୁ ମାଣ୍ଡିଆଢିପା ଗ୍ରାମପଞ୍ଚାୟତ ରେ ଚାଷୀ ଭାଇମାନେ ଶାନ୍ତି ଶୃଙ୍ଖଳା ସହିତ ଧାନ ବିକ୍ରୟ କରିପାରିବେ, ସେଥିପ୍ରତି ଯତ୍ନବାନ ହେବାକୁ ଶ୍ରୀ ସାହୁ ଅନୁରୋଧ କରିଛନ୍ତି l ବିଶୃଙ୍ଖଳା କୁ ମୁଁ ବରଦାସ୍ତ କରିପାରେନା ଏଥିପ୍ରତି ବିଶେଷ ଧ୍ୟାନ ଦେବେ ବୋଲି ମତବ୍ୟକ୍ତ କରିଛନ୍ତି lଶେଷରେ ଧନ୍ୟବାଦ ସହ ସଭାକାର୍ଯ୍ୟ ସାଙ୍ଗ କରାଯାଇଥିଲା l