-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
04-Dec-2021
ବରଗଡ/ଭେଡେନ:-ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଗ୍ରାମ ର ନାଗେଶ୍ଵର ରାଉତିଆ,ବୟସ ପାଖାପାଖି ୨୧ବର୍ଷ। ସେ ଧାନ କଟା ମେସିନ ଡ୍ରାଇଭର ଭାବେ କାମ କରିବା ସମୟରେ ଅଜାଣତରେ ମେସିନ ରେ ତାଙ୍କ ହାତ କଟିଯାଇଥିଲା। ସେଠାରେ ସରକାରୀ ଡାକ୍ତରଖାନା ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ l ସେମାନେ ପ୍ରଥମେ ବରଗଡ ସ୍ଥିତ ବିକାଶ ହସ୍ପିଟାଲ ରେ ଦେଖାଇ ଥିଲେ। ପରେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଙ୍କୁ ଅନୁରୋଧ ସହ ତାଙ୍କର ରାସନ କାର୍ଡ ଦେଖାଇ ବିଧାୟିକା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ କରାଇ ଦେଇଥିଲେ। ସ୍ମାର୍ଟକାର୍ଡ ଜରିଆରେ ତାଙ୍କୁ ଆଉ ବିକାଶ ହସ୍ପିଟାଲ ରେ ଖର୍ଚ୍ଚ ଦେବାକୁ ପଡିନଥିଲା। ନାଗେଶ୍ଵର ରାଉତିଆ ଏଥିପାଇଁ ଓଡ଼ିଶାର ଲୋକପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଜନହିତକର ଯୋଜନା ପ୍ରଚଳିତ ପାଇଁ ଏବଂ ଠିକ ସମୟରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଙ୍କ ସାହାଯ୍ୟ ସହାନୁଭୂତି ସହ ସହଯୋଗ କରିଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଧାୟିକା ଶ୍ରୀମତୀ ଛୁରିଆ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।