-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
03-Dec-2021
କର୍ଲାମୁଣ୍ଡା (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ଠାରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଆଇ. ଏସ. ଓ ମାନ୍ୟତା ପାଇବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଏହି ଡାକ୍ତରଖାନା ଟି ସ୍ୱାସ୍ଥ୍ୟ ସେବା ଯୋଗେଇବାରେ ଗୁଣାତ୍ମକ ପରିଚାଳନା ବ୍ୟବସ୍ଥା ପାଇଁ ଚଳିତ ମାସ ଦୁଇ ତାରିଖରୁ ଡିସେମ୍ବର ୨୦୨୪ ପଯ୍ୟନ୍ତ ଆଇ ଏସ ଓ ର ମାନ୍ୟତା ପାଇ ଥିବା ଜଣା ପଡ଼ିଛି। ଲକ୍ଷ ଲକ୍ଷ ଲୋକ ନିର୍ଭର କରୁଥିବା ଏହି ଡାକ୍ତରଖାନାରେ ଚିକିତ୍ସା ଅଧିକାରୀ ଡାକ୍ତର ସୌମ୍ୟ ରଂଜନ ପାତ୍ର, ଡାକ୍ତର ଆଶିଷ କୁମାର ଧରୁଆ, ଡାକ୍ତର ଅଖିଳେସ ସାମଲ, ଡାକ୍ତର ଆକାଶ ପରିଡା, ଡାକ୍ତର ପୁଷ୍ପକ ମହଲା ରହିଥିବା ବେଳେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ ରେ ଡାକ୍ତର ଶିଖିଧ୍ୟଜ ପଟେଲ, ଡାକ୍ତର ପରିମିତା, ଡାକ୍ତର ବେଦ ବାଗ,ଡାକ୍ତର ଧର୍ମରାଜ୍ ସିଂ ନିଯୁକ୍ତ ହୋଇଛନ୍ତି। ଅନ୍ୟପଟେ ବ୍ଲକ ରେ ୧୦ ଟି ସ୍ବାସ୍ତ୍ୟ ଉପ କେନ୍ଦ୍ର ଅଧୀନରେ ସ୍ୱାସ୍ଥ୍ୟସେବା ଯୋଗେଇବାକୁ ୨୦ ଜଣ ମହିଳା ସ୍ୱାସ୍ଥ୍ୟକର୍ମୀ ଓ ୪ରି ଜଣ ପୁରୁଷ ସ୍ୱାସ୍ଥ୍ୟକର୍ମୀ ତଥା ୨ଜଣ ସୁପରଭାଇଜର ତଥା ଜଣେ ଭାରପ୍ରାପ୍ତ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଅଛନ୍ତି।