-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
03-Dec-2021
ପାଇକମାଳ(ନିରଞ୍ଜନ ତ୍ରିପାଠୀ) ::- ପାଇକମାଳ ବ୍ଲକ ଅନ୍ତର୍ଗତ ପୁରେନା ଗ୍ରାମ ନିଜ ବାସ ଭବନରେ ସ୍ୱର୍ଗତ ସୁଶୀଳା ଦେବୀଙ୍କ ସପ୍ତମ ଶ୍ରାଦ୍ଧ ଦିବସ ପାଳନ କରାଯାଇଛି।ସ୍ୱର୍ଗତ ସୁଶୀଳା ଦେବୀ ଗତ ୨୦୧୫ ଡିସେମ୍ବର ୧୦ ତାରିଖରେ ପରଲୋକ ହୋଇଥିଲା।ସେହି ଦିନଠାରୁ ମାର୍ଗଶିର ମାସ ଚତୁର୍ଦ୍ଦଶୀ ତିଥିରେ ଶ୍ରାଦ୍ଧ ଦିବସ ପାଳନ କରାଯାଇଥାଏ।ଆଜି ତାଙ୍କ ନିଜ ଗ୍ରାମ ପୁରେନା ସ୍ଥିତ "ସୁଶୀଳା ଦେବୀ ଭବନ"ରେ
ପଣ୍ଡିତ ତରଣୀସେନ ଦାସ ପୁରୋହିତତ୍ୟରେ ବଡ଼ପୁଅ ଜିତେନ୍ଦ୍ରିୟ ସପତ୍ନି ଦ୍ଵାରା ପୂଜା କାର୍ଯ୍ୟ ସଂପନ୍ନ ହୋଇଛି।ସ୍ୱର୍ଗତ ସୁଶୀଳା ଦେବୀ ଅଞ୍ଚଳର ଜଣାଶୁଣା ସମାଜସେବୀ ଶତାୟୁ ପୁରୁଷ ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଭଗବାନ ପାଣି ଙ୍କ ଜ୍ୟେଷ୍ଠ ଝିଅ ଥିଲେ।ଏପରି କି ଗନ୍ଧମାର୍ଦନ ସୁରକ୍ଷା ଆନ୍ଦୋଳନର ପୂର୍ବତନ ଆବାହକ ତଥା ପ୍ରକୃତିବନ୍ଧୁ ସାମ୍ବାଦିକ ଶ୍ରୀ ଧିରେନ୍ ମହାନ୍ତି ତାଙ୍କ ପୁଅ ଅଟନ୍ତି।ଆଜି ଏହି ପୂଜା କାର୍ଯ୍ୟ ରେ ସ୍ଵାମୀ ଫକୀର ମୋହନ ମହାନ୍ତି ସମେତ ପୁତ୍ର, ପୁତ୍ରବଧୁ, ନାତି ନାତୁଣୀ ଉପସ୍ଥିତ ଥିଲେ।