-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
03-Dec-2021
ପାଇକମାଳ: ପାଇକମାଳ ବ୍ଳକ ମାଣ୍ଡୋସିଲ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ନିରାକାର ବହିଦାର(୮୦) ଶୁକ୍ରବାର ସକାଳେ ୯ ଘ ୪୫ ମିନିଟରେ ପରଲୋକ ହୋଇଯାଇଛନ୍ତି। ସେ ଦୀର୍ଘ ୪୦ ବର୍ଷ ଧରି ଶିକ୍ଷକତାରେ ଅଞ୍ଚଳର ଅନେକ ଛାତ୍ରଛାତ୍ରୀଙ୍କୁ ସମାଜରେ ପ୍ରତିଷ୍ଠିତ କରିପାରିଛନ୍ତି। ଜଣେ ସୁଦକ୍ଷ ଇଂରାଜୀ ଶିକ୍ଷକ ଭାବେ ତାଙ୍କର ଯଥେଷ୍ଟ ସୁନାମ ଅର୍ଜନ କରିପାରିଛନ୍ତି। ତାଙ୍କ ମୃତ୍ୟୁ ପଛରେ ସହଧର୍ମିଣୀ,ପୁତ୍ର ତପନ , ପୁତ୍ରବଧୂ, ଦୁଇ ଝିଅ ଓ ଜ୍ବାଇଁ ଏବଂ ନାତିନାତୁଣୀଙ୍କୁ ଛାଡ଼ି ଚାଲିଯାଇଛନ୍ତି। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକଛାୟା ଖେଳିଯାଇଛି। ତାଙ୍କ ବିୟୋଗରେ ମାଣ୍ଡୋସିଲର ସମସ୍ତ ଶିକ୍ଷାନୁଷ୍ଠାନ ତଥା ଦୋକାନ ବଜାର ବନ୍ଦ ରହିଥିଲା। ତାଙ୍କ ଶବଦାହ କାର୍ଯ୍ୟରେ ଗ୍ରାମବାସୀ ଉପସ୍ଥିତ ଥିଲେ। ତାଙ୍କ ପୁଅ ତପନ ବହିଦାର ମୁଖାଗ୍ନୀ ଦେଇଥିଲେ।