-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
02-Dec-2021
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ପଂଚମହଲା ଗ୍ରାମର ଷ୍ଟାଣ୍ଡାଟ ୩ ର ଛାତ୍ର ସ୍ୱଦେଶ ସିଦ୍ଧାର୍ଥ ପୁରୋହିତ କରାଟେ ପ୍ରତିଯୋଗୀତାରେ କାଂସ୍ୟ ପଦକ ହାସଲ କରି ଅଂଚଲ ପାଇଁ ଗୌରବ ଆଣିଛନ୍ତି । ପ୍ରକାଶ ଯେ ସ୍ୱଦେଶ ଉତ୍କଲ କରାଟେ ସ୍କୁଲ ଟିଟିଲାଗଡ ତରଫରୁ ଭୂବନେଶ୍ୱର ଠାରେ ଆୟୋଜିତ ହୋଇଥିବା ସର୍ବଭାରତୀୟ ଓପନ କରାଟେ ପ୍ରତିଯୋଗୀତାରେ ଅଂଶଗ୍ରହଣ କାଂସ୍ୟ ପଦକ ହାସଲ କରିଥିଲେ । ସ୍ୱଦେଶ ଛୋଟ ବେଳୁ କରାଟେ ପ୍ରତି ରୁଚୀ ରଖିଆସିଥିଲେ । ତାଙ୍କର ଏଭଲି ସଫଲତା ପାଇଁ ଅଂଚଲରେ ଖୁସିର ଲହରୀ ଖେଲିଯାଇଥିବା ବେଳେ ବିଭିନ୍ନ ମହଲରୁ ସୁଭେଚ୍ଛା ଜ୍ଞାପନ କରାଯାଇଛି ।