-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
01-Dec-2021
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଲାପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡସ ଦିବସ ପାଳୀତ ହୋଇଯାଇଛି । ଜୁନିୟର ରେଡକ୍ରସ ଓ ଏନଏସଏସର ମିଲିତ ଆନୁକୁଲ୍ୟରେ ଆୟୋଜିତ ଏହି ଦିବସ ପାଳନରେ ରେଡକ୍ରସ କାଉଲସେଲର କିଶୋର କୁମାର ସାହୁ, ଏନଏସଏସ ପ୍ରୋଗ୍ରାମ କୋର୍ଡୀନେଟର ସୁଧାଂଶୁ ଶେଖର ପଧାନ ଅତିଥି ଭାବରେ ଯୋଗଦେଇଥିଲେ । ଏହି ଅବଶରରେ ଏକ ଶୋଭାଯାତ୍ରା ବିଦ୍ୟାଳୟ ପରିଶରରୁ ବାହାରୀ ବଗଛେରା ଗ୍ରାମ ପରିକ୍ରମା କରିବା ସହ ଏଡସ ରୋଗର କାରଣ ଓନିରାକରଣ ଉପରେ ଲୋକ ମାନଙ୍କୁ ସଚେତନ କରିଥିଲେ । ପରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ରବନ୍ଧ ପ୍ରତିଯୋଗୀତା କରାଯାଇଥିଲା । ଏଥିରେ ପୁଷଯପାଂଜଲୀ ମିଶ୍ର ପ୍ରଥମ, ହେମଲତା କଲତା ଦ୍ୱିତୀୟ ଓ ସାନିଆ ମହାକୁରଙ୍କୁ ତୃତୀୟ ଭାବରେ ପୁରସ୍କୁତ କରାଯାଇଥିଲା । ଅଧ୍ୟାପକ ଶଶାଙ୍କ ଶେଖର ଶୁଆର, ଦେବଜାନୀ ମେସୁଆ, ଶିବବ୍ରତ କର୍ଣ୍ଣଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ସହେଯାଗ କରିଥିଲେ । ଅଧ୍ୟାପିକା ପ୍ରତିମା ବାରିକ ଧନ୍ୟବାଦ ଦେଇଥିଲେ । ସେହିପରୀ ଉଲୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଡସ ଦିବସ ପାଳିତ ହୋଇଯାଇଛି । ବିପିଏମ ସୁଧାଂଶୁ ଶେଖର ସେଠୀ ଓ ଡ. ମୁକେଶ ମେହେର ଯୋଗଦେଇ ଏଡସ ରୋଗର କାରଣ ଓ ନିରାକରଣ ଉପରେ ବୁଝାଇଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଆଶାକର୍ମୀ, ଏଏନଏମଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ ।