-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
01-Dec-2021
କଳାହାଣ୍ଡି,କୋକସରା(ତ୍ରିନାଥ ବେଶ୍ରା )
କଳାହାଣ୍ଡି ଜିଲ୍ଲାକୋକସରା ବ୍ଲକ କାଉଡୋଳା ପଞ୍ଚାୟତ ବଡ଼ କେନ୍ଦୁଗୁଡା ଗ୍ରାମର ଗୁଣଧର ବେମାଲ ଙ୍କ ସାନ ପୁଅ କୃଷ୍ଣଚନ୍ଦ୍ର ବେମାଲ ବୟସ - ୨୬ ଙ୍କ ଝୁଲନ୍ତା ଶବ ଗାଁ ନିକଟସ୍ଥ ଏକ ନିମ୍ବ ଗଛ ରେ ଠାବ ହୋଇଛି ଗତକାଲି ଅପରାହ୍ନରେ ଘରୁ ବାହାରି ଆଉ ଫେରି ନ ଥିଲେ କୃଷ୍ଣ ଚନ୍ଦ୍ର , ପରିବାର ଲୋକେଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ l ଆଜି ଧୋବେନ ଚଞ୍ଚରା ରାସ୍ତା ନିକଟରେ ଏକ ନିମ୍ବ ଗଛ ରେ ଯୁବକଙ୍କ ଝୁଲନ୍ତା ଶବ କିଛି ଲୋକ ଦେଖିବା ପରେ ପୋଲିସ କୁ ଖବର ଦେଇଥିଲେ, ଆମପାଣି ପୋଲିସ ପହଞ୍ଚି ମୃତ ଯୁବକ ଙ୍କ ଶବ ଜବତ କରିବା ସହ ଘଟଣା ର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ,ତେବେ ଯୁବକ କେଉଁ କାରଣ କୁ ନେଇ ଆତ୍ମହତ୍ୟା କରିଛନ୍ତି ନା ଅନ୍ୟ କୌଣସି କାରଣ ଅଛି ତାହା ପୋଲିସ ର ତଦନ୍ତ ପରେ ସ୍ପଷ୍ଟ ହେବ ବୋଳି ସୁଚନା ମିଲିଛି।।