-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
01-Dec-2021
କର୍ଲାମୁଣ୍ଡା -ପ୍ରଦୀପ କୁମାର ସାହୁ
କଳାହାଣ୍ଡି ଜିଲ୍ଲା ନର୍ଲା, ମ.ରାମପୁର ଓ କ ର୍ଲା ମୁଣ୍ଡା ବ୍ଲକ ର ୬୨ ଖଣ୍ଡ ଗ୍ରାମରେ ଜଳ ପରିମଳ ଓ ସ୍ୱଚ୍ଛତା ଉପରେ ଜନ ସଚେତନତା ସୃଷ୍ଟି ପାଇଁ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ସୁ -ପୋଷଣ ପ୍ରକଳ୍ପ ଜରିଆରେ ସଚେତନ ରଥ ର ଶୋଭାରମ୍ଭ ମଙ୍ଗଳବାର ଠାରୁ ହୋଇଯାଇଛି।ଏଥିରେ ସଚେତନ ରଥ ଜରିଆରେ ଗର୍ଭବତୀ, ପ୍ରସୂତି, କୁ ପୋଷିତ ଶିଶୁ, କିଶୋରୀ ବାଳିକା ଓ ଗ୍ରାମବାସୀ ମାନେ କିଭଳି ଭାବରେ ଉତ୍ତମ ଜଳର ବ୍ୟବହାର, ପରିମଳ ଓ ସ୍ୱଚ୍ଛତା ଉପରେ ସଚେତନ ରହିବା ସହ ଗୋଷ୍ଟି ସ୍ତରରେ ଆବର୍ଜନା ନିଷ୍କାସନ ପାଇଁ ସ୍ଥାୟୀ ବ୍ୟବସ୍ଥା କରିବେ,ପ୍ରତେକ ଘରେ ପାଇଖାନା ର ବ୍ୟବହାର, ନଳକୂପ କୁ ପରିଷ୍କାର ରଖିବା ଉପରେ ବିଭିନ୍ନ ଲୋକ ଗୀତ ମାଧ୍ୟମରେ ସଚେତନ ସୃଷ୍ଟି କରାଯାଉଥିବା ପ୍ରକଳ୍ପ ର ସଂଯୋଜକ ଗରୁଡ଼ ଭୋଇ କହିଛନ୍ତି।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ କିଶୋର ଦାସ, ଜିତେନ୍ଦ୍ର ଭୋଇ,ଲିଙ୍ଗରାଜ ପାତ୍ର, ବାସନ୍ତୀ ସାହୁ,ବିନୋଦିନି ନାଏକ ,ପ୍ରମିଳା ତାଣ୍ଡି,ବିନୋଦିନି ଭୋଇ, ସହଯୋଗ କରିଥିଲେ।