-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
01-Dec-2021
ଟିଟିଲାଗଡ,(ସନ୍ତୋଷ କୁମାର ନାଏକ) : ଓଡ଼ିଶାର ରାଜଧାନୀ ଭୁବନେଶ୍ବର ର ଉତ୍କଳ କରାଟେ ସ୍କୁଲ ଠାରେ ସର୍ବ ଭାରତୀୟ କରାଟେ ଚାମ୍ପିୟନସିପ ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି ।ଏହି ପ୍ରତିଯୋଗିତା ରେ ବିଭିନ୍ନ ରାଜ୍ୟରୁ ବାଳକ ଓ ବାଳିକା ମିଶି ୬୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।ଏହି ପ୍ରତିଯୋଗିତାକୁ ଉତ୍କଳ କରାଟେ ସ୍କୁଲ ର ପ୍ରତିଷ୍ଠାତା ସିହା ନ ଡ଼ ହରି ପ୍ରସାଦ ପଟ୍ଟନାୟକ ଅନୁଷ୍ଠିତ କରିଥିଲେ।ଏହି ପ୍ରତିଯୋଗିତାରେ ଟିଟିଲାଗଡ ଉତ୍କଳ କରାଟେ ସ୍କୁଲ ର ୨୦ ଜଣ ବାଳିକା ଓ ୩୦ ଜଣ ବାଳକ ପ୍ରତିଯୋଗୀ ଅଂଶ ଗ୍ରହଣ କରି ୬ଗୋଟି ସ୍ଵର୍ଣ୍ଣ ପଦକ,୧୧ଗୋଟି ରୋପ୍ୟ ଏବଂ ୨୯ ଗୋଟି ତାମ୍ର ପଦକ ସହ ମୋଟ ୪୬ ଗୋଟି ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗୀ ମାନଙ୍କୁ ଟିଟିଲାଗଡ ଉତ୍କଳ କରାଟେ ସ୍କୁଲ ର ମୁଖ୍ୟ ପ୍ରଶିକ୍ଷକ ସେନ ସାଇ ସୁରେଶ ଜାଲ ଯାଦବ ତଥା ତିନିଜଣ ରେଫରି ସରୋଜ କାନ୍ତ୍ତ ବେହେରା,ଗୋପାଲ ଚନ୍ଦ୍ର ଦୀପ,ସୁରେଶ ଚନ୍ଦ୍ର ଜାଲ ଏବଂ ତିନିଜଣ କୋଚ ଶ୍ରଦ୍ଧାଞ୍ଜଳି ଜାଲ,ବ୍ୟୋମକେଶ ବେହେରା,ଓ ରାହୁଲ ଜାଲ ଙ୍କ ସହ ଦୁଇ ଜଣ ଟିମ୍ ମ୍ୟାନେଜର କୃଷ୍ଚ ଚନ୍ଦ୍ର ପାତ୍ର ଓ ସରୋଜ ଜାଲ ଙ୍କ ଆନୁକୁଲ୍ୟରେ ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରି ପଦକ ହାସଲ କରିଛନ୍ତି। ବିଜୟୀ ପ୍ରତିଯୋଗୀ ମାନଙ୍କୁ ଟିଟିଲାଗଡ ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ସ୍ବାଗତ ଜଣାଯାଇଛି।