-+91-9937148622 |
prerana_bgr@rediffmail.com |
Wednesday 8th July 2026 |
R.N.I. Regd No. ODIODI/2010/46693
Breaking News
07-Nov-2020
ଉଲୁଣ୍ଡା, (ଗୌରଚନ୍ଦ୍ର ପରିଛା)- ସୋନପୁର –ସମ୍ବଲପୁର ମୁଖ୍ୟ ରାସ୍ତାର ମାଟୁପାଲି ନିକଟ ଜଙ୍ଗଲରୁ ଉଲୁଣ୍ଡା ପୋଲିସ ଏକ ଜରି ଭିତରେ ଭର୍ତୀ ହୋଇଥିବା ମଣିଷ କଙ୍କାଳ ଉଦ୍ଧାର କରିଛି । ତେବେ କଙ୍କାଲଟି ମହିଲା ନା ପୁରୁଷର ଷ୍ପଷ୍ଟ ହୋଇନଥିବା ବେଳେ ଏଠାକୁ କିଏ ଆଣି ଫୋପାଡିଛି ତଦନ୍ତ ଜାରି ରହିଛି । ସୂଚନା ଅନୁସାରେ ଉକ୍ତ ସ୍ଥାନରେ କିଛି ଦିନ ହେବ ଦୁର୍ଗନ୍ଧ ହେଉଥିଲା । ଆଜି କିଛି ଲୋକ ଜଙ୍ଗଲକୁ ଯାଇଥିବା ବେଲେ ଏକ କଲା ଜରି ବନ୍ଧାହୋଇଥିବା ଅବସ୍ଥାରେ ପଡିଥିବା ଦେଖି ଉଲୁଣ୍ଡା ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଉଲୁଣ୍ଡା ପୋଲିସ ପହଂଚି ମଣିଷ କଙ୍କାଲ ଜବତ କରିଥିଲେ । ତେବେ କେହି ହତ୍ୟା କଲାପରେ ପୋଡି ଦେଇ କଙ୍କାଲ ଗୁଡିକ ଜରିରେ ଭର୍ତୀ କରି ଉକ୍ତ ସ୍ଥାନରେ ଫୋପାଡି ଦେଇଥିବା ସନ୍ଧେହ କରାଯାଉଛି । ରବିବାର ସାଇଂଟିଫିକ ପାରୀକ୍ଷ୍।ପାଇଁ ବୁର୍ଲାକୁ ପଠାଯିବ ଜିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।