-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
28-Nov-2021
ପଦ୍ମପୁର: ବରଗଡ ଜିଲ୍ଲା ଗାଇସିଲାଟ ବ୍ଲକ ରାଇସଲପଦର ଗ୍ରାମରେ ବଜାର ପଡ଼ିଆ ଠାରେ ସପ୍ତମ ନଟରାଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି କରମସିଂ ସାହୁ ଏହାର ଉତଘାଟନ କରିଥିଲେ । ଗ୍ରୁପ 'ଏ' ର ସେମିଫାଇନାଲ ବାଦୀପାଲି ଓ ରୋତ ମଧ୍ୟରେ ଖେଳା ଯାଇ ଥିଲା ଓ ଗ୍ରୁପ 'ବି' ରେ ରାଇସଲ ପଦର ଓ ଗଣ୍ଡପାଲି ମଧ୍ୟରେ ସେମିଫାଇନାଲ ଖେଳାଯାଇଥିଲା । ଗ୍ରୁପ 'ଏ' ରୁ ବାଦିପାଲି ଓ ଗ୍ରୁପ 'ବି' ରୁ ରାଇସଲପଦର ଫାଇନାଲକୁ ଉନ୍ନୀତ ହୋଇଥିଲା । ରାତ୍ରି ହୋଇଯିବାରୁ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇ ପାରିନଥିଲା । ତେଣୁ ଫାଇନାଲ ମ୍ୟାଚ ଅନୁଷ୍ଠିତ ନହୋଇ ଉଭୟ ଦଳକୁ ସମାନତାର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ମଣ୍ଟୁ ସାହୁ,ରଞ୍ଜନ ସାହୁ ଖେଳ ପରିଚାଳନା କରିଥିବାବେଳେ, ଶ୍ରୀପତି ସାହୁ ସ୍କୋରର,ରଙ୍କମଣି ସାହୁ ଧାରାବିବରଣୀ ପାଠ କରିଥିଲେ । ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି କରମ ସିଂ ସାହୁ ଉଭୟ ଦଳକୁ ପୁରସ୍କାର ରାଶି ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ସାମ୍ବାଦିକ ରଙ୍କମଣି ସାହୁ,ହେମନ୍ତ ସାହୁ,କରୁଣା ସାହୁ,ସତ୍ୟ ସାହୁ,ଚନ୍ଦନ ସାହୁ,ନନ୍ଦନ ସାହୁ,ଅଞ୍ଜନ କାଳସାଏ,ଜଗନ୍ନାଥ କାଲସାଏ ପ୍ରମୁଖ ଉପସ୍ଥିତ ଥିଲେ ।