-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
28-Nov-2021
ନୂଆଦିଲ୍ଲୀ, ୮୩ତମ ରେଡିଓ ଭିତ୍ତିକ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ପ୍ରଧାନମନ୍ତ୍ରୀ କହିଛନ୍ତି, କରୋନା ସଂପୂର୍ଣ୍ଣ ଯାଇନି । ତେଣୁ ସମସ୍ତେ ସତର୍କ ରହିବା ଆବଶ୍ୟକ । ଏହା ସମସ୍ତଙ୍କ ଦାୟିତ୍ୱ । ବର୍ତ୍ତମାନ ସାରା ଦେଶରେ ପାଳନ ହେଉଥିବା ଆଜାଦି କା ଅମୃତ ମହୋତ୍ସବର ଉଦ୍ଦେଶ୍ୟ ଯୁବପୀଢିଙ୍କ ମଧ୍ୟରେ ପ୍ରତିଫଳନ ହୋଇଥିବା ମୋଦି କହିଛନ୍ତି । ପ୍ରକୃତିର ସଂରକ୍ଷଣ ପାଇଁ ସମସ୍ତଙ୍କୁ ଆଗେଇ ଆସିବାକୁ ମନ୍ କି ବାତରେ ଆହ୍ୱାନ ଦେଇଛନ୍ତି ମୋଦି । ଡିସେମ୍ବରରେ ଦେଶ ନୌସେନା ଦିବସ ଏବଂ ଆର୍ମଡ ଫୋର୍ସ ଫ୍ଲାଗ ଡେ ପାଳନ କରିବାକୁ ଥିବେ ବେଳେ ଏହି ଅବସରରେ ବୀର ଯବାନଙ୍କୁ ମନେ ପକାଇଛନ୍ତି ମୋଦି ।