-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
28-Nov-2021
ବଲାଙ୍ଗିର (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମହଲାଇ ପଞ୍ଚାୟତ ବଲାରପାଲି ଗାଁ ରେ ଦୂଷିତ ପାଣି ପିଇ ଲୋକେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଅନେକ ମୃତ୍ୟୁ ବରଣ କରିଥିବା ବେଳେ ଅନେକ ଲୋକ ଚିକିତ୍ସିତ ହେଉଛନ୍ତି। ଏହା ପ୍ରତି କୌଣସି ପ୍ରଶାସନିକ ଅଧିକାରୀ ଦୃଷ୍ଟି
ଦେଇନଥିବା ବେଳେ ବଲାଙ୍ଗିର ଆମ୍ ଆଦମୀ ପାର୍ଟି ର ଦୃଷ୍ଟି ଗୋଚର ହୋଇଥିଲା। ଏବିଷୟରେ ଆମ ଆଦମୀ ପାର୍ଟିର ମୁଖପାତ୍ର ଆଶିଷ ପାଣ୍ଡେ ଜିଲ୍ଲା ଆବାହକ ଶଙ୍କର୍ଷଣ ମହାପାତ୍ର ଙ୍କ ନେତୃତ୍ୱ ରେ ଅନେକ ଥର ପଞ୍ଚାୟତ ଓ ବ୍ଳକ ପ୍ରଶାସନ କୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା। ଶେଷରେ ବାଧ୍ୟହୋଇ ଆମ୍ ଆଦମୀ ପାର୍ଟି ଓ ଗ୍ରାମବାସୀ ମିଶି ବ୍ଳକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ଯଦିଓ ସମସ୍ୟାର
ସମାଧାନ ନହୁଏ ତାହେଲେ ଆମରଣ ଅନଶନ କରିବେ ବୋଲି କହିଥିଲେ । ଶେଷରେ ବାଧ୍ୟହୋଇ ବ୍ଳକ ପ୍ରଶାସନ ତତ୍ପରତା ସହ ବଲାରପାଲି ଗାଁ କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଇଛନ୍ତି। ଆମ ଆଦମୀ ପାର୍ଟି ର ଏଭଳି ମହତ୍ କାମକୁ ଗ୍ରାମବାସୀ ଏବଂ ଅଞ୍ଚଳବାସୀ ବହୁ ପ୍ରଶଂସା କରୁଥିବା ଜଣାପଡିଛି।