-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
27-Nov-2021
ବଲାଙ୍ଗୀର,(ପ୍ରେରଣା ଖବର) :ଇତି ମଧ୍ୟରେ ପୁଣି ମାଓବାଦୀ ନିଜର ସ୍ଥିତି ଜାହିର ସହ ନୂତନ ସଭ୍ୟ ସଂଗ୍ରହ କରିବା ଓ ବିଭିନ୍ନ ମାଓ କାର୍ଯ୍ୟକଳାପ ନେଇ ବାରମ୍ବାର ବିଭିନ୍ନ ଘଟଣା ସାମ୍ନା କୁ ନଜର ଆସୁଥିବା ବେଳେ ପ୍ରଶାସନ ସବୁ ଜାଣି ନିରବ ଦ୍ରଷ୍ଟା ପାଲଟିଥିବା ଦେଖାଯାଉଛି ।ସୂଚନା ଅନୁଯାୟୀ, ଜିଲ୍ଲା ର ଖପ୍ରାଖୋଲ ଥାନା ଅଧିନସ୍ଥ ତେଲେନପାଲି ଗ୍ରାମ ପଞ୍ଚାୟତ ଜୁନାନିବାହାଲ ଗ୍ରାମ ନିକଟରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇ ଓ ଜଣେ ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ପ୍ରକାଶ ଯେ,ଅପରାହ୍ନ ସମୟ ରେ ଉଭୟ ପୋଲିସ ଜବାନ ମାନଙ୍କ ତରଫରୁ ବର୍ତ୍ତମାନ ସୁଦ୍ଧା କୁମ୍ବି ଅପରେସନ ଜାରି ରଖାଯାଇଛି । ବଲାଙ୍ଗୀର ଜିଲ୍ଲାର ହରିଶଙ୍କର, ଜଙ୍ଗଲ ଅଞ୍ଚଳ,ତୁରେକେଲା ଜଙ୍ଗଲ ଅଞ୍ଚଳରେ ସର୍ବଦା ଚଳ, ଚଞ୍ଚଳ ରହିବା ସହ ଜିଲ୍ଲା ର ଅନ୍ୟ ପ୍ରାନ୍ତୀୟ ଅଞ୍ଚଳ ଗୁଡିକ ରେ ତଥା ବିଭିନ୍ନ ଗ୍ରାମ ଗୁଡିକ ରେ ରହି ନୂତନ ସଭ୍ୟ ସଂଗ୍ରହ ଅଭିଯାନ ଦୀର୍ଘ ମାସ ଧରି ଜୋରଦାର କରାଯାଇଛି । ବିଭିନ୍ନ ପ୍ରଲୋଭନ ଦେଖାଇ ନୂତନ ଯୁବକ ତଥା ମହିଳା ଙ୍କୁ ସାମିଲ କରାଯିବା ଘଟଣାକୁ ପ୍ରଶାସନ ଅଣ ଦେଖା କରି ଆସୁଥିବା ଅଭିଯୋଗ ହୋଇଆସୁଛି । ଇତି ମଧ୍ୟରେ ଜିଲ୍ଲାର ଗୁଲମୀ ଜଙ୍ଗଲ ରେ ଚାରି ମାଓବାଦୀ ଙ୍କୁ ଉକ୍ତ ଜଙ୍ଗଲ ନିକଟସ୍ଥ ସୁରକ୍ଷା କର୍ମୀ ଗିରଫ କରି ଥିବା ଓ ପ୍ରାୟ ଅନେକ ଦିନ ଧରି ନିଜକୁ ମିଲେଟ୍ରି ଯବାନ ପରିଚୟ ଦେଇ କ୍ୟାମ୍ପ କରିଥିବା ପ୍ରାୟ ୨୦ ଜଣ ଛତ୍ରଭଙ୍ଗ ଦେଇଥିଲେ । ଜଙ୍ଗଲ ବିଭାଗର କର୍ମଚାରୀଙ୍କ ସମ୍ପୂର୍ଣ୍ଣ ଜ୍ଞାତସାରରେ ଏହି କାର୍ଯ୍ୟକଳାପ ବୃଦ୍ଧି ପାଇ ଚାଲିଛି ବୋଲି ଅଭିଯୋଗ ହୋଇଅସୁଛି । ଆଗାମୀ ଦିନରେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଭାଗୀୟ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବାକୁ ଦାବି ହେଉଛି ।