-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
27-Nov-2021
ଢେଙ୍କାନାଳ(ତାପସ ଦାସ). ଓଡାପଡା ବ୍ଲକ ଅନ୍ତର୍ଗତ ସାରିଆପଡା ଗ୍ରାମର ଦିନ ମଜୁରିଆ କୁଳମଣି ଖଟୁଆଙ୍କ ପୁତ୍ର ସାଇ ଆଦିତ୍ୟ ଖଟୁଆ ( ବୟସ ୬ ବର୍ଷ ୩ ମାସ ) ଙ୍କ ଚିକିତ୍ସା ନିମନ୍ତେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୫୦୦୦ ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ଜନ୍ମରୁ ଖାଦ୍ୟ ନଳୀ ନ ଥିବା ପୁଅର ଚିକିତ୍ସା ନିମନ୍ତେ ଆଜି କୁଳମଣି ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ନିମନ୍ତେ ଆବେଦନ କରିଥିଲେ । ଜିଲ୍ଲାପାଳ ସହୃଦୟତାର ସହିତ ତାଙ୍କ ପୁଅର ଚିକିତ୍ସା ନିମନ୍ତେ ଏହି ସହାୟତା ରାଶି ପ୍ରଦାନ କରିଥିଲେ । ଚିକିତ୍ସା ନିମନ୍ତେ ତାଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ଯୋଗାଇ ଦିଆଯାଇଛି । ପୁଅର ଚିକିତ୍ସା ନିମନ୍ତେ ଅଧିକ ଅର୍ଥର ଆବଶ୍ୟକ ହେଲେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଧ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏଥ୍ ନିମନ୍ତେ କୁଳମଣି ଜିଲ୍ଲାପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି ।