-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
25-Nov-2021
ସବୁଜ ସମ୍ବଲପୁର ଗଠନରେ ରୁଷି ପାତ୍ରଙ୍କ ଭୂମିକା ଅବିସ୍ୱରଣୀୟ ବୋଲି ପ୍ରକ୍ରୁତି ବନ୍ଧୁ ସବୁଜ ମଣିଷ ରୁଷି ପାତ୍ରଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ପାଳନରେ ବକ୍ତାଗଣ ମତ ପ୍ରକାଶ କରିଛନ୍ତି I ବୁଢ଼ାରଜା ବନ ସରକ୍ଷଣ ସମିତି ବରିଷ୍ଠ ସଦସ୍ୟ କାର୍ତ୍ତିକ ପ୍ରସାଦ ବହିଦାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶ୍ରାଦ୍ଧ ବାର୍ଷିକୀ ସଭାରେ ମୁଖ୍ୟ ଅତିଥି ଭାବେ କଳାରତ୍ନ ବଂଶୀଧର କର ମୁଖ୍ୟଅତିଥି, ସାମ୍ବାଦିକ ସରୋଜ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ୱର୍ଗତ ରୁଷି ପାତ୍ରଙ୍କ ଜୀବନାଦର୍ଶନ ଉପରେ ଆଲୋକପାତ କରି ସବୁଜ ସମ୍ବଲପୁର ଗଠନରେ ଶ୍ରୀ ପାତ୍ରଙ୍କ ଭୂମିକା ଅବିସ୍ୱରଣୀୟ ବୋଲି ପ୍ରକାଶ କରିଥିଲେ I ବୁଢ଼ାରଜା ବନ ସଂରକ୍ଷଣ ସମିତି ସଭାପତି ପ୍ରକୃତିବନ୍ଧୁ ମେଘୁ ମୁଣ୍ଡା, ଉପ ସଭାପତି ପ୍ରକୃତିବନ୍ଧୁ ତ୍ରିବିକ୍ରମ ପୋଢ଼, ସଚ୍ଚିଦାନନ୍ଦ ପ୍ରଧାନ, କୃଷ୍ଣ ଚନ୍ଦ୍ର ପାତ୍ର, ପଣ୍ଡିତ ସରତ ଚନ୍ଦ୍ର ରଥ, ଜୀବରର୍ଦ୍ଧନ ରାଉତ, ଭକ୍ତ ପ୍ରସାଦ ପଣ୍ଡା, ରବି ନାରାୟଣ ମିଶ୍ର, ଗୋପାଳ ରାଉତ, ଚତୁଃଭୁଜ ଗରଡିଆ, ଲଷ୍ମୀ ତାଣ୍ଡିଆ, ପାର୍ବତୀ ଧନୁଆର, ବାସନ୍ତୀ ପୋଢ଼, ଫୁଲକି ଜାଲ, ଦୟାନିଧି ଲାକଡା, ସଞ୍ଜୟ କୁମାର ପ୍ରଧାନ, ବନପାଳ ସୁଶ୍ରୀ ଭାରତୀ ମହାନନ୍ଦ, ବନରକ୍ଷୀ ସସ୍ମିତା ବେହେରା ପ୍ରମୁଖ ବକ୍ତବ୍ୟ ପ୍ରଦାନ ପୂର୍ବକ ସ୍ୱର୍ଗତ ରୁଷି ପାତ୍ରଙ୍କ ସୃତି ଚାରଣ କରିଥିଲେ ।ଏହି ଅବସରରେ ସହରର ବହୁ ସଂଖ୍ୟାରେ ପରିବେଶ ପ୍ରେମୀ ଉପସ୍ଥିତ ଥିଲେ I
(ସମ୍ବଲପୁରରୁ ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ)