-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
25-Nov-2021
ବଲାଙ୍ଗିର, ଗତକାଲି ଅପରାହ୍ନରେ ପୁଟୁପଡାର ଜମି ଵିଵାଦ କୁ ନେଇ ମଠାଧିଶଙ୍କୁ ମରାଣାନ୍ତକ ଆକ୍ରମଣ କରିଥିଲେ କିଛି ଦୁର୍ବୃତ୍ତ l ମଠାଧିଶ କିଶୋର ଵାଵାଙ୍କ ମୁଣ୍ଡରେ ଗଭିର ଆଘାତ ହୋଇ ଘଟଣାସ୍ଥଳରେ ମୂର୍ଚ୍ଛା ହୋଇ ପଡି ଯାଇ ଥିଲେ ଲ ମଠର କିଛି ଵାଵା ଓ ଗ୍ରାମବାସୀଙ୍କର ସହଯୋଗରେ ସିନ୍ଧେକେଲା ଡ଼ାକ୍ତରଖାନାକୁ ଅଚେତ ଅବସ୍ଥାରେ ଚିକିତ୍ସା ପାଇଁ
ଆଣିଥିଲେ ଓ ସିନ୍ଧେକେଲା ଥାନା ଅଧିକାରୀଙ୍କୁ ଲିଖିତ ଜଣାଇଥି କରିଥିଲେ l ତେବେ ପୋଲିସ ଏ ପର୍ଯ୍ୟନ୍ତ କୋଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ l ଗତକାଲି ରାତିରେ ମଠାଧିଶ କିଶୋର ଵାଵାଙ୍କ ଅଵସ୍ଥା ଗୁରୁତର ଥିବାରୁ ସିନ୍ଧେକେଲା ଡାକ୍ତରଖାନା ଓ ପରେ ଡାକ୍ତର ବାବାଙ୍କୁ ବଲାଙ୍ଗୀର ଭିମଭୋଇ ମେଡିକାଲକୁ ରେଫର କରିଛନ୍ତି l ଵର୍ତମାନ ଭିମଭୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ବାବା lଏଵେ ମଧ୍ୟ ଵାଵାଙ୍କ ଅଵସ୍ଥା ଗୁରୁତର ଅଛି lସେପଟେ ପୋଲିସ ଅପରାଧୀଙ୍କୁ ଧରିବା ପାଇଁ ଥରଟିଏ ମଧ୍ୟ ପୁଟୁପଡାର ଗାଁକୁ ଆସି ନାହିଁ।ସୂଚନାଯୋଗ୍ୟ ଯେ ଆକ୍ରମଣକlରୀଙ୍କ ଠାରୁ ପୋଲିସ ମୋଟା ଅଙ୍କର କାରବାର କରିଥିବା ଲୋକେ ଅଭିଯୋଗ କରିଛନ୍ତି l ଅନ୍ୟ ଜନସାଧାରଣ ଅଭିଯୋଗ ତ ଦୂରରେ ଥାଉ ଜଣେ ଜଣାସୁଣା ସାଧୁ ସନ୍ଥ ମରାଣାନ୍ତକ
ଆକ୍ରମଣ ପରେ ଅତ୍ୟନ୍ତ ଗୁରୁତ୍ୱର ଅଵସ୍ଥା ରେ ଭିମଭୋଇ ମେଡିକାଲ ରେ ଅଚେତ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।ସିନ୍ଧେକେଲା ପୋଲିସ ର ଭାବମୂର୍ତ୍ତୀ ବଜାୟ ରଖିବା ପାଇଁ ବଲାଙ୍ଗୀର ଏସପି ତୁରନ୍ତ ପଦକ୍ଷେପ ଗ୍ରହଣ କରି ଆକ୍ରମଣକାରୀଙ୍କୁ ଗିରଫ କରି ସାଧୁ ସନ୍ଥଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି l
(ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମୀ ସାହୁଙ୍କ ରିପୋର୍ଟ)