-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
25-Nov-2021
ବରଗଡ/ଅତାବିରା:-ବରଗଡ଼ ଜିଲ୍ଲା ପ୍ରଶାସନ ର ନିୟମ ଅନୁଯାୟୀ ଚଳିତ ଖରିଫ ଫସଲର ଧାନ ସଂଗ୍ରହ କରିବା ପାଇଁ ଅତାବିରା ଆର୍ ଏମ୍ ସି ଅଧିନସ୍ଥ ମାର୍କେଟ ୟାଡ୍ ଓ କ୍ରୟ କେନ୍ଦ୍ର ଗୁଡ଼ିକ ଖୋଲିଛି।ଏହି ଅବସରରେ ସଂପାଦକ ପ୍ରଦୀପ ବେସନ ଙ୍କ ସଂଯୋଜନା କ୍ରମେ ଆଜିର କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବାବେଳେ ବରଗଡ଼ ଉପ ଜିଲ୍ଲପାଳ ଶୁଭେନ୍ଦ୍ର ସାମଲ,ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ରଜନୀ କାନ୍ତ
ଦାଶ,ଜିଲ୍ଲା ସମବାୟ ଉପ ନିବନ୍ଧକ ଭକ୍ତ ବନ୍ଧୁ ସାହୁ, ଏ ଆର୍ ସି ଏସ ଗଜିନ୍ଦ୍ର ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ।ଯୋଗାଣ ନିରୀକ୍ଷକ ରଞ୍ଜନ ନାୟକ,ସମବାୟ ସମ୍ପ୍ରସାରଣ ଅଧିକାରୀ ସରୋଜ ମେହେର, ଆର୍ ଏମ୍ ସି ଉପାଧ୍ୟକ୍ଷ ସୁଦାମ ଜାଲ,ଫେକ୍ସ ସଂପାଦକ କ୍ଷୀରୋଦ ଚନ୍ଦ୍ର ସାହୁ,ୟାର୍ଡ ଇନ୍ଚାର୍ଜ ଅଜୟ ବେହେରା,ଗୋପୀନାଥ ନାୟାର ସମେତ କମିଟି ନିର୍ଦ୍ଦେଶକ,ସ୍ଵୟଂ ସହାୟକ ଗୋଷ୍ଠି, ଆର୍ ଏମ୍ ସି,ଫେକ୍ସ କର୍ମଚାରୀ ଓ ଚାଷୀ ମାନେ ଉପସ୍ଥିତ ରହିଥିଲେ।ଉପସ୍ଥିତ ଅଧିକାରୀ ମାନେ ମାର୍କେଟ ରେ ଥିବା ଯନ୍ତ୍ରପାତି ର ପରୀକ୍ଷା ନିରୀକ୍ଷା କରିଥିଲେ।