-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
25-Nov-2021
ପାଟଣାଗଡ (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ମରୁଆଁ ପଞ୍ଚାୟତ ପଣ୍ଡରିପାଣି ଗ୍ରାମ ରେ ଅଖିଳ ଭାରତୀୟ ୪ ହଜାର ୫ ଶହ ଗଣ୍ଡ ସମାଜ ର ଇଷ୍ଟ ଦେବତା ବୁଢାଦେଓ ଙ୍କ ମନ୍ଦିର ନିର୍ମାଣ ପାଇଁ ଏକ ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଗଣ୍ଡ ସମାଜ ପକ୍ଷରୁ ଆୟୋଜିତ ଭୂମିପୂଜନ ଉତ୍ସବ ରେ ପାଟଣାଗଡ଼ ବିଧାୟକ
ସରୋଜ କୁମାର ମେହେର ମୂଖ୍ୟ ଅତିଥି ଭାବେ ଯୋଗଦେଇ ସମାଜ ର ଇଷ୍ଟ ଦେବତା ବୁଢାଦେଓ ଙ୍କ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ କରିଥିଲେ ଏବଂ ନୂତନ କମ୍ୟୁନିଷ୍ଟ ସେଣ୍ଟର ର ଉଦ୍ଘାଟନ କରିଥିଲେ ।ଏଥିରେ ପଣ୍ଡରିପାଣି ସର୍କଲ ଅଞ୍ଚଳର ସମସ୍ତ ଗଣ୍ଡ ସମାଜ ର କର୍ମକର୍ତ୍ତା ସଦସ୍ୟ ଯୋଗଦେଇଥିବା
ବେଳେ ଗ୍ରାମ ର ସମାଜ ର କର୍ମକର୍ତ୍ତା ସଦସ୍ୟ ଓ ଗ୍ରାମବାସୀଙ୍କ ମଧ୍ୟ ସହଯୋଗ ରହିଥିଲା।ସମାଜ ର ଉନ୍ନତି କ୍ଷେତ୍ରରେ ସବୁବେଳେ ମୁଁ କାମ କରିବାକୁ ସଂକଳ୍ପ ବଦ୍ଧ ବୋଲି ମୂଖ୍ୟ ଅତିଥି ଶ୍ରୀ ବିଧାୟକ ମେହେର ମନ୍ତବ୍ୟ ଦେଇଥିବା ଯୋଗୁଁ ସମାଜ ପକ୍ଷରୁ ତାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା। ବିଧାୟକ ଶ୍ରୀ ମେହେର ସବୁ ସମୟରେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।