-+91-9937148622 |

prerana_bgr@rediffmail.com |

  Monday 28th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||      ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||      ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||      କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   (27-Sep-2026)       ||      ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||      ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ    (27-Sep-2026)       ||      ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||     

HOME   ଜିଲ୍ଲା

ଇସ୍କନ ଧର୍ମାବଲମ୍ବୀ ବ୍ୟକ୍ତିଙ୍କ ମନ୍ଦିରରେ ପୂଜକ ନିଯୁକ୍ତି ପ୍ରସଙ୍ଗ : ଦେବୀ ମାଁ ପାଟଣେଶ୍ବରୀଙ୍କ ମନ୍ଦିର ସମ୍ମୁଖରେ କେଶରୀଆ ହିନ୍ଦୁ ବାହୀନିର ଧାରଣା

25-Nov-2021



ବଲାଙ୍ଗିର ଜିଲ୍ଲା ଅଧିଷ୍ଠାତ୍ରୀ ଦେବି ମାଁ ପାଟଣେଶ୍ବରୀ ଙ୍କ ମନ୍ଦିର ସମ୍ମୁଖରେ କେଶରୀଆ ହିନ୍ଦୁ ବାହୀନି ରାଜ୍ୟ ସଭାପତି  ସନ୍ତୋଷ ଭୋଳଙ୍କ ନେତୃତ୍ବରେ ଏକ ଧାରଣା ଦେଇଥିଲେ l

  ପ୍ରକାଶ ଥାଉ କି  ଗତ ୧/୧୧/୨୦୨୧ ତାରିଖ ଠାରୁ ଜଣେ ଅଣହିନ୍ଦୁ ତଥା ଜଣେ ଇସ୍କନ ଧର୍ମାବଲମ୍ବୀର ବ୍ୟକ୍ତିବିଶେଷ ବଲାଙ୍ଗୀର ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମାଁ ପାଟଣେଶ୍ବରୀଙ୍କ ମନ୍ଦିର ରେ ପୂଜକ ରୂପେ ନିଯୁକ୍ତି ପାଇଛନ୍ତି। ଗତ ୨୧/୧୧/୨୦୨୧ ରବିବାର ଦିନ ସହରର କିଛି ଭକ୍ତ ମନ୍ଦିରଙ୍କୁ ପୂଜା କରିବାକୁ ଯାଇଥିବା ସମୟରେ ଏହା ଜାଣିବାକୁ ପାଇଥିଲେ।ଏବଂ ପୂଜକ ଜଣଙ୍କୁ ଏହି ବାବଦରେ ପଚାରି ବୁଝିଲା ବେଳକୁ ପୂଜକ ଏବଂ ତାଙ୍କ ପରିବାରର ଲୋକେ ଭକ୍ତ ମାନଙ୍କ ସହ ଯୁକ୍ତିତର୍କ କରିଥିଲେ ଏବଂ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ ।ଜିଲ୍ଲା ପ୍ରଶାସନ ତଥା ଦେବୋତ୍ତର ବିଭାଗ କାହା ସ୍ବାର୍ଥରୁ ଏବଂ କେଉଁ ଦୃଷ୍ଟିକୋଣରୁ ଜଣେ ଈସ୍କନ ଧର୍ମାବଲମ୍ବୀର ବ୍ୟକ୍ତିଙ୍କୁ ମାଁ ଙ୍କ ମନ୍ଦିରରେ ପୂଜକ ରୂପେ ନିଯୁକ୍ତି ଦେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏମିତିକି ପୁରୀ ମୁକ୍ତିମଣ୍ଡପର ନିୟମ ଅନୁଯାୟୀ ଇସ୍କନ୍ ଧର୍ମାବଲମ୍ବୀର ବ୍ୟକ୍ତି କୌଣସି ହିନ୍ଦୁ ଦେବାଦେବୀଙ୍କ ମନ୍ଦିର ରେ ପୂଜା କରିପାରିବେ ନାହିଁ ଏହି ସବୁ ଘଟଣା ବାବଦରେ  ଜିଲ୍ଲା ପ୍ରଶାସନ ଅବଗତ ଥାଇ ସୁଦ୍ଧା ତାଙ୍କୁ ପୂଜକ ରୂପେ ନିଯୁକ୍ତି ଦେବା ଅତ୍ୟନ୍ତ ନିନ୍ଦନୀୟ ଏବଂ

ଦୁର୍ଭାଗ୍ୟଜନକ।  ପ୍ରକାଶ ଥାଉକି ବିଗତ ୧ ବର୍ଷ ପୂର୍ବରୁ ଏହି ପୂଜକଙ୍କୁ ନିଯୁକ୍ତି ଦିଆ ଯାଇଥିଲା ଏବଂସେହିସମୟରେ ମାଁଙ୍କ ମୂର୍ତ୍ତି ସମ୍ପୂର୍ଣ୍ଣ ରୂପେ ପୋଡ଼ି ଜଳି  ଯାଇଥିଲା। ଦେବୋତ୍ତର ବିଭାଗ ଏହାର ତଦନ୍ତ କରି ଉକ୍ତ ପୂଜକଙ୍କୁ ଦୋଷୀ ସାବ୍ୟସ୍ତ କରି ବହିଷ୍କାର କରିଥିଲା। ତାଙ୍କ ବିରୁଦ୍ଧରେ ବହୁତ୍ ଗୁଡାଏ ଅଭିଯୋଗ ଯେପରି କି ବେଶଭୂଷା, ପୋଷାକ ପରିଧାନ,ପୂଜା ଶୈଳୀ, ଆଚାର ବ୍ୟବହାରରୁ ଜଣାପଡେ ଯେ ସେ କୌଣସି ମତେ ଜଣେ ଦେବୀ ପୂଜକ ନୁହନ୍ତି। ଏମିତିକି ଦେବୀ ଙ୍କ ପାଖରେ ଭୋଗ ଲାଗି ସମୟ ରେ ପିତ୍ତଳ ଥାଳି ପରିବର୍ତ୍ତେ ଇସ୍କନ ଧର୍ମାନୁଯାୟୀ ଷ୍ଟିଲ ଥାଳି ରେ ଭୋଗ ଲଗାନ୍ତି। ଏହି ସବୁ ଘଟଣା ଦେବୋତ୍ତର ବିଭାଗ ର ଜ୍ଞାତ ରେ ଥାଇ ସୁଦ୍ଧା ତାଙ୍କର ନିଯୁକ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ।ଏହା ହିନ୍ଦୁ ଧର୍ମ ପ୍ରତି କୁଠାରଘାତ ଏବଂ ବଲାଙ୍ଗିର ଜିଲ୍ଲାର ପ୍ରତ୍ୟେକ ହିନ୍ଦୁପରିବାରର ଭାବନାସହ ଖେଳିବା ଅନୁଚିତ୍। ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେ ଦେବୋତ୍ତର ବିଭାଗ ନିଜର ଅନିଚ୍ଛା ସତ୍ତ୍ବେ ଦେବୋତ୍ତର ବିଭାଗର ଅତିରିକ୍ତ କମିଶନରଙ୍କ ବାଧ୍ୟବାଧକତାରେ ନିଯୁକ୍ତି ଦେଇଛନ୍ତି । ଏହା ସହ ଉକ୍ତ ପୂଜକ ଜଣେ ଛଦ୍ମନାମୀ କାରଣ ସେ  ଗୋଟିଏ ନମ୍ବର ରେ  ନିଜ ନାମ ଓ ନିଜ ପିତାଙ୍କ ନାମକୁ ବାରମ୍ବାର ବଦଳାଇ ୩ଟି ଲେଖାଏଁ  ଆଧାର କାର୍ଡ, ପାନ କାର୍ଡ  ଓ  ଭୋଟରକାର୍ଡ ତିଆରି କରିଛନ୍ତି। ପୂର୍ବରୁ ଏହି  ଘଟଣା ସମ୍ବନ୍ଧରେ କେଶରୀଆ ହିନ୍ଦୁ ବାହୀନି ,ବଲାଙ୍ଗିର  ଜିଲ୍ଲା ତରଫରୁ  ବଲାଙ୍ଗୀର ଟାଉନ ଥାନାରେ ଏକ ମାମଲା ରୁଜୁ କରାଯଇଛି ।ଏଣୁ ଏହି ଘଟଣାକୁ ସମ୍ପୂର୍ଣ୍ଣ ରୂପେ ବିରୋଧ କରି ଏବଂ ଏହି ପୂଜକଙ୍କୁ ଯଥା ଶୀଘ୍ର ମନ୍ଦିରରୁ

ବହିଷ୍କାର କରିବା ଦାବୀ  କରାଯାଇଥିଲା। ଯଦି ଉପୋରକ୍ତ ଦାବୀ କୁ ଯଥାଶୀଘ୍ର ପୂରଣ କରାନଯାଏ ତେବେ  କେଶରୀଆ ହିନ୍ଦୁ ବାହିନୀ ଆଗାମୀ ଦିନରେ ରାଜ ରାସ୍ତା କୁ ଓହ୍ଲାଇବ ଏବଂ ଅନିର୍ଦ୍ଧିଷ୍ଟ କଳା ପାଈଁ ଆମରଣ ଅନଶନରେ ବସିବ। ଉକ୍ତ କାର୍ଯକ୍ରମ ରେ  ରାଜ୍ୟ କୋଷାଧ୍ୟକ୍ଷ  ସୁଶିଲ ସାହୁ ,ଜିଲ୍ଲା ସଭାପତି ପ୍ରଦୀପ ତ୍ରିପାଠୀ,ଜିଲ୍ଲା ବରିଷ୍ଠ ଅଧିକାରି ଶଙ୍କର୍ଷଣ ଆଚାର୍ଯ୍ୟ, ଜିଲ୍ଲା ଉପ ସଭାପତି ପ୍ରଦୀପ ଦାଶ,ଜିଲ୍ଲା ସମ୍ପାଦକ ବିଶ୍ୱଜିତ ପ୍ରଧାନ, ଜିଲ୍ଲା ପ୍ରବକ୍ତା ଦେବାନନ୍ଦ ନାୟକ, ବୁଲୁ ପର୍ଦିଆ, ନେପାଲ ସା, ସୀତାରାମ ପ୍ରଧାନ, ସୁମନ୍ତ ବିଶ୍ଵାଳ, ପାଣ୍ଡବ ବିଶ୍ଵାଳ, ପ୍ରହଲ୍ଲାଦ ପ୍ରଧାନ, ଦେବରାଜ ନାଗ, ରାଜୁ ନାୟକ,ସୁରଜ୍ ବକୁଳ, ଅଂଶୁମାନ ପଟେଲ, ସନତ ପାତ୍ର, ଶମ୍ଭୁ ସୁନା, ଆଶିଷ ପଟ୍ଟନାୟକ, ପିଣ୍ଟୁ ତ୍ରିପାଠୀ, ବିରେନ୍ଦ୍ର ବାରିକ, ପ୍ରଦୀପ ସାହୁ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଆଲୋକ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

(ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମୀ ସାହୁଙ୍କ ରିପୋର୍ଟ) 


News Comment




Photo in News

Advertisment
Lastest News
  ଜିଲ୍ଲା  
ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   28-Sep-2026
  ଜିଲ୍ଲା  
କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   28-Sep-2026
  ଜିଲ୍ଲା  
ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   27-Sep-2026
  ଜିଲ୍ଲା  
ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   27-Sep-2026
  ଜିଲ୍ଲା  
ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ   27-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   27-Sep-2026
  ଜିଲ୍ଲା  
*"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   27-Sep-2026
  ଜିଲ୍ଲା  
*ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   27-Sep-2026
  ଜିଲ୍ଲା  
ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   27-Sep-2026
  ଜିଲ୍ଲା  
କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   27-Sep-2026
  ରାଜ୍ୟ  
ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   27-Sep-2026

You Might Also Like