-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
25-Nov-2021
ପଦ୍ମପୁର :-ମେଳଛାମୁଣ୍ଡା କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ,ଭାରତ ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ନେହେରୁ ଯୁବ କେନ୍ଦ୍ର ବରଗଡ଼,ତରଫରୁ ଏକ ସ୍ୱଚ୍ଛ ଭାରତ ଏବଂ ସବୁଜ ଭାରତ ବିଷୟରେ ଏକ ପ୍ରଶିକ୍ଷଣ ଶିବିର ମେଳଛାମୁଣ୍ଡା ମହାବିଦ୍ୟାଳୟ ର ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ କଲେଜ ଅଧ୍ୟକ୍ଷ ବିନୋଦ ମିଶ୍ର ଯୋଗ ଦେଇଥିବାବେଳେ, ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଜାତୀୟ ସେବା ସଂସ୍ଥା ପ୍ରୋଗ୍ରାମ ଅଫିସର ମୀନକେତନ ବିଶ୍ଵାଳ ଏବଂ ଯୁବ ରେଡକ୍ରସ୍ ଉପଦେଷ୍ଟା ଭୂପତି କାଲୁ, ସମାଜସେବୀ ପ୍ରକାଶ ଚନ୍ଦ୍ର ବେହେରା l ମୂଖ୍ୟ ପ୍ରଶିକ୍ଷକ ମୀନକେତନ ସାହୁ ଓ ଶାନ୍ତନୁ ପ୍ରଧାନ କାର୍ଯ୍ୟକ୍ରମ ରେ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ
ଶିକ୍ଷା ପ୍ରଦାନ କରିଥିଲେ lଏହି ଶିବିରରେ ଜାତୀୟ ସେବା ସଂସ୍ଥା ଓ ରେଡ଼କ୍ରସ ର ସଦସ୍ୟ ବିଭିନ୍ନ ଯୁବକ ସଂଘ ଏବଂ କଲେଜ ର ଛାତ୍ରଛାତ୍ରୀ ମାନେ ପ୍ରାୟ ୧୦୦ ଜଣ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ l ପ୍ରାକୃତିକ ବିପର୍ଯ୍ୟୟ ଏବଂ ବୃକ୍ଷରୋପଣ ଏବଂ ସ୍ବଚ୍ଛତା ଉପରେ ଅତିଥିମାନେ ତାଙ୍କ ସୁଚିନ୍ତିତ ବକ୍ତବ୍ୟ ମାନ ପ୍ରଦାନ କରିଥିଲେ lସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ନେହେରୁ ଯୁବ କେନ୍ଦ୍ର ର ଯୁବ ଅଧିକାରୀ ରୋଶନ ଟଣ୍ଡନ ଓ ଉପଦେଷ୍ଟା କମିଟି ସଭ୍ୟ ତ୍ରିଲୋଚନ ଶତପଥୀ lକାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ସ୍ବେଚ୍ଛାସେବୀ ମୁନା ନାୟକ,ଚୂଡ଼ାମଣି ସାହୁଓ ଜଗଦୀଶ ସାହୁ l ଶେଷରେ ଧନ୍ୟବାଦ ଭୂପତି କାଲୋ ଧନ୍ୟବାଦ ଅର୍ପଣ କରିଥିଲେ l