-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
25-Nov-2021
ଟିଟିଲାଗଡ଼ (ସନ୍ତୋଷ କୁମାର ନାଏକ) : ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଏକ ବିଜେଡ଼ି ଦଳ ର ପୋଷ୍ଟର ରେ ମମିତା କୁ ନ୍ୟାୟ ଦାବି କରି ମନ୍ତ୍ରୀ ଟୁକୁନି ସାହୁ ଙ୍କୁ ଧମକ ଦିଆଯାଇଥିବା ପରି ଘଟଣା ଦେଖା ଦେଇଛି । ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୬ ଟା ସମୟରେ କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଏକ ବିଜେଡ଼ି ଦଳର ପ୍ରଚାର କାର୍ଡ ବୋର୍ଡ ରେ ମହିଳା ଓ ସିସୁବିକାଶ ମନ୍ତ୍ରୀ ଟୁକୁନି ସାହୁ ୩୦ ଦିନ ମଧ୍ୟରେ ମମିତା କୁ ନ୍ୟାୟ ପ୍ରଦାନ ପାଇଁ ଇସ୍ତଫା ଦିଅ,ନଚେତ ଗଳାକାଟି ହତ୍ୟା କରାଯିବା ପରି ଧମକ ସହ ସି ପି ଆଇ ଏମ ଲାଲ ବାହିନୀ ବୋଲି ଉଲ୍ଲେଖ ରହିଛି । ବିଗତ ଦିନରେ ମମିତା ମେହେର ମାମଲା ନେଇ ରାଜନୀତି ବେଶ ସରଗରମ ହୋଇ ପଡ଼ିଥିବା ବେଳେ ତଦନ୍ତ ଏକ ପ୍ରକାର ଦିଗହରା ହୋଇ ଉଠିଛି । ବର୍ତ୍ତମାନ ନିର୍ବାଚନ ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ମନ୍ତ୍ରୀ ଙ୍କ ବଦଳରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଙ୍କୁ ଏପରି ଉଲ୍ଲେଖ ଥିବା ଧମକ ଦେଇଥିବା ବେଳେ, ପ୍ରକୃତ ରହସ୍ୟ କଣ ସେ ନେଇ ପ୍ରଶାସନ ପକ୍ଷରୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି ।