-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
23-Nov-2021
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ବାହାବଲ ପଞ୍ଚାୟତ ମାଲପଡା ଗ୍ରାମ ଅଙ୍ଗନବାଡ଼ି କେନ୍ଦ୍ର ରେ ଅଙ୍ଗନବାଡ଼ି କର୍ମୀ ନିଯୁକ୍ତି ଦେବାକୁ ଗ୍ରାମବାସୀ ଙ୍କ ଦାବି। ସୂଚନା ଅନୁଯାୟୀ ଗତ ମାସ ମାଲପଡା ଗ୍ରାମ ର କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀ କ୍ଷୀରବତୀ କୁଅଁର ଙ୍କ ଦେହାନ୍ତ ହେଇଯାଇଥିଲା। ଯାହା ଫଲରେ ଗାଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅଙ୍ଗନବାଡ଼ି କର୍ମୀ କୁ ଏଠାରେ ଦାୟିତ୍ଵ ଦିଆଯାଇନାହିଁ। ଏବେ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ ଲୋକଙ୍କ ଭୋଟ ର କାର୍ଡ ର ସଂଶୋଧନ, ହଜିଯାଇଥିବା ଲୋକ ଙ୍କ ନୂତନ ଭୋଟ କାର୍ଡ ତିଆରି କରିବା, ନୂତନ ଭୋଟର ତାଲିକାରେ ସଂଯୋଗ ,କୁନି କୁନି ଛୁଆ ଓ ଗର୍ଭବତୀ ମହିଳା ମାନଙ୍କୁ ପୁଷ୍ଟିକର ଖାଦ୍ୟ ବଣ୍ଟନ ଏବଂ ବିଭିନ୍ନ ସମସ୍ୟା ଉପୁଜିଛି। ଯଥାଶୀଘ୍ର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ ଜିଲ୍ଲାପାଳ ଦୃଷ୍ଟି ଦେଇ ଏହି ସ୍ଥାନରେ ନୂତନ ଅଙ୍ଗନୱାଡ଼ି କର୍ମୀ ଦାୟିତ୍ଵ କିମ୍ବା ନୂତନ ନିଯୁକ୍ତି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।