-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
23-Nov-2021
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ରାଞ୍ଚି- ବିଜୟୱାଡା ଜାତୀୟ ରାଜପଥ ତଥା ରେଢାଖୋଲ - ବୌଦ୍ଧ ରାସ୍ତାର ରେଢାଖୋଲ ଥାନା ଅନ୍ତର୍ଗତ ଲଇଣ୍ଡାମାଳ ବ୍ରିଜ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ବାଇକ ଦୁର୍ଘଟଣା ଘଟି ୨ ଜଣ ଆହତ ହୋଇଛନ୍ତି। ବୌଦ୍ଧରୁ ଏଜ ବାଇକ ଯୋଗେ ୨ ଜଣ ଯୁଜୁମୁରା ବ୍ଲକ ଜାମଡାଲ ଗ୍ରାମକୁ କୌଣସି କାମରେ ଆସୁଥିବା ବେଳେ ଲଇଣ୍ଡାମାଳ ବ୍ରିଜ ନିକଟର ବୁଲାଣିରେ ଏକ ବସ ଆସୁଥିବାର ଦେଖି ବାଇକ ଚାଳକ ହଠାତ ବ୍ରେକ ମାରିଥିଲେ। ଫଳରେ ବାଇକଟି ଭାରସାମ୍ୟ ହରାଇ ପଡ଼ିଯଇଥିଲେ। ଆହତ ୨ ଜଣ ହେଲେ ବୌଦ୍ଧ ଜିଲ୍ଲା ନାରାୟଣପୁର ସରସରା ଗ୍ରାମର ଶିଧେଶ୍ୱର ଦାସିଆ, ଓ ପ୍ରମୋଦ ଜିରମା। ଉଭୟଙ୍କୁ ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି।