-+91-9937148622 |
prerana_bgr@rediffmail.com |
Thursday 1st October 2026 |
R.N.I. Regd No. ODIODI/2010/46693
Breaking News
23-Nov-2021
ଟିଟିଲାଗଡ଼ (ସନ୍ତୋଷ କୁମାର ନାଏକ) :ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଅଞ୍ଚଳ ରେ ଗଞ୍ଜେଇ ଚାଲାଣ ବୃଦ୍ଧି ପାଉଛି । ନିକଟସ୍ଥ ବିଭିନ୍ନ ପଡୋଶୀ ରାଜ୍ୟ ଗୁଡିକୁ ଚାଲାଣ କରାଯିବା ସହ ଅନେକ ବେଆଇନ ବ୍ୟବସାୟୀ ବେଶ ମୋଟା ଅଙ୍କ ରେ ଲାଭବାନ ହୋଇଆସୁଛି । ବଲାଙ୍ଗିର ଜିଲ୍ଲା ତୁଷୁରା ଅଂଚଳରେ ଏକ ପଲସର ବାଇକ ଡିକିରୁ ୭ କେଜି ଗଂଜେଇ ଜବତ କରିବା ସହ ୨ ଜଣ ଚାଲାଣ କାରି ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରିଛି । ସୂଚନା କ୍ରମେ,ଗତ ସୋମବାର ଦିନ ଏକ ପଲ୍ସସର୍ ବାଇକ ଯୋଗେ ଗଂଜେଇ ଚାଲାଣ କରାଯାଉଥିବା ନେଇ ପୋଲିସ ସୂଚନା ପାଇ ପୋଲିସ ଚଡାଉ କରିଥିବା ବେଳେ ବାଇକ ଡିକିରୁ ୭ କେଜି ଗଂଜେଇ ଜବତ ସହ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି । ଉକ୍ତଦୁଇ ଅଭିଯୁକ୍ତ ଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ତୁଷୁରା ଥାନା ଅଧିକାରୀ ସୁରେଶ ଚନ୍ଦ୍ର ପଧାନ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଦୁଇ ଜଣ ବରଗଡ ଜିଲ୍ଲା ବରପାଲି ଅଞ୍ଚଳର ଭୋଲା ନାଥ ବେହେରା ଓ ସୁଧୀର କୁମ୍ଭାର ବୋଲି ଜଣାପଡିଛି ।