-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
20-Nov-2021
ଭୁବନେଶ୍ୱର(ଶୁଭାଶିଷ ନାୟକ): ପରିବର୍ତିତ ଟେକ୍ନୋଲୋଜି ଆଧାରରେ ଯେତେବେଳେ ଓଡ଼ିଆ ଭାଷା ଓ ସାହିତ୍ୟ ନୂଆ ରୂପ ନେଉଛି, ଏହାର ପ୍ରଗତିକୁ କେହି ଅଟକାଇ ପାରିବେ ନାହିଁ । ଏହି ସମୟ ହିଁ ଠିକ୍ ସମୟ । ଆଗାମୀ ଦିନରେ ଓଡ଼ିଶା ହିଁ ବିଶ୍ୱର ନେତୃତ୍ୱ ନେବ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶୁକ୍ରବାର ଦୁଇଟି ପୁସ୍ତକକୁ ଉନ୍ମୋଚନ କରିବା ଅବସରରେ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଭୁବନେଶ୍ୱର ଇଡକୋଲ ଅଡିଟୋରିଓମ ଠାରେ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀଙ୍କ ଲିଖିତ ପୁସ୍ତକ ‘ଶିରୋଧାର୍ଯ୍ୟ ଶିରୋନାମା’ ପୁସ୍ତକ ଉନ୍ମୋଚନ କରିଛନ୍ତି ।
ସେହିପରି ରାଜ୍ୟ ବିଜେପି ଶାଖା କାର୍ଯ୍ୟାଳୟ ଠାରେ ବିଜେପିର ବରିଷ୍ଠ ନେତା ଦୁର୍ଗା ପ୍ରସାଦ ସାହୁଙ୍କ ଦ୍ୱାରା ରଚିତ ଅନ୍ୟ ଏକ ପୁସ୍ତକ “ଗଡ଼ଜାତ ଆନେ୍ଦାଳନ-ଢେ଼ଙ୍କାନାଳ ଓ ତାଳଚେର” ମଧ୍ୟ ଲୋକାର୍ପିତ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜନୈତିକ କାର୍ଯ୍ୟକର୍ତା କେବଳ କେବଳ ରାଜନୀତିରେ ନୁହେଁ ବରଂ ନିଜର ପ୍ରତିଭାକୁ ବିକାଶ କରିବା ଦରକାର । ଏହିପରି ବିଷ୍ଣୁ ଭାଇଙ୍କ ପ୍ରତିଟି ଲେଖା ରାଷ୍ଟ୍ରବାଦୀ ଚିନ୍ତା ଓ ଚେତନାରେ ଉଦବୁଦ୍ଧ । ରାଜନୈତିକ ବ୍ୟକ୍ତିତ୍ୱ ଥାଇ ମଧ୍ୟ ସାହିତ୍ୟର ଭାବଧାରାକୁ ଆପଣାଇଥିବା ବିଷ୍ଣୁ ଭାଇଙ୍କର ଉକôଣ୍ଠା ଓ ଉତ୍ସାହ ବେଶ୍ ଚମକôାର । ଗୋଟିଏ ସମାଜ ଓ ଜାତିର ଆତ୍ମା ହେଉଛି ଭାଷା । ସେହିପରି ସାହିତ୍ୟ ମନୁଷ୍ୟ ଅଭିବ୍ୟକ୍ତିର ମାଧ୍ୟମ । ଇତିହାସକୁ ଅବଲୋକନ କଲେ ଜଣାଯାଏ ଯେ ଓଡ଼ିଆ ଜାତିକୁ ସାମାନ୍ୟ ଲୋକ ହିଁ ପରିବର୍ତନ କରିଛି
କଟକର ବାଇମୁଣ୍ଡି, ଧର୍ମପଦ, ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱ ଏହାର ବଳିଷ୍ଠ ଉଦାହରଣ । କଳିଙ୍ଗ ଯୁଦ୍ଧରେ ଓଡ଼ିଆ ଜାତି ହିଁ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିବର୍ତନ କରିବା ପାଇଁ ବାଧ୍ୟ କରିଥିଲା । ସନ୍ଥ କବି ଭୀମ ଭୋଇଙ୍କ “ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ” କାଳଜୟୀ ବାକ୍ୟ ସାହିତ୍ୟରେ ଉଲ୍ଲେଖ ରହିଛି ।ଏଥିରୁ ଆମ ସାହିତ୍ୟ ଆମକୁ ସମାଜର ପରିବର୍ତନ ସାଧାରଣ ଲୋକ ଦ୍ୱାରା ହିଁ ହୋଇଥାଏ ଏହି ମହତ ବାର୍ତା ଦେଉଛି । ଏ ପ୍ରକାର ସଂସ୍କାର, ପ୍ରେରଣା ସବୁ ଭାରତୀୟ ଭାଷାରେ ରହିଛି । ତେଣୁ ଭାରତକୁ ଏକ ବୌଦ୍ଧିକ ମହାଶକ୍ତି ଭାବେ ତିଆରି କରିବା ପାଇଁ ଦୀର୍ଘ ତିନି ଦଶନ୍ଧି ପରେ ଦେଶରେ ରାଷ୍ଟ୍ରୀୟ ଶିକ୍ଷା ନୀତି -୨୦୨୦ ପ୍ରଣୟନ କରାଯାଇଛି । ଶିକ୍ଷା ନୀତିକୁ କ୍ରିୟାନ୍ୱୟନ କରି ମାତୃଭାଷା ଓ ଭାରତୀୟ ଭାଷାକୁ ଆଗକୁ ନେବା ଏ ଶିକ୍ଷା ନୀତିର ମୂଳ ଲକ୍ଷ୍ୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।