-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
18-Nov-2021
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲର ରାଞ୍ଚି ବିଜୟୱାଡା ଜାତୀୟ ରାଜପଥର ରେଢ଼ାଖୋଲ ସହର ସାଲେସିଂ ନିକଟସ୍ଥ କିସ୍ କଲେଜ ସାମ୍ନାରେ ଗୁରୁବାର ଅପରାହ୍ନରେ ଦୁଇଟି ପିଲା ସାଇକେଲ ଚଳାଇ ରାସ୍ତା ଉପରେ ବୁଲୁଥିବା ସମୟରେ ଉକ୍ତ ରାସ୍ତାରେ ଯାନବାହାନ ଯାଉଥିବା ବେଳେ ଏକ ଟ୍ରକ ସମ୍ଭୂଖରେ ଦୁଇଟି ପିଲା ପଡ଼ିଯାଇଥିଲି । ଉକ୍ତ ବାଳକ ଦ୍ୱୟଙ୍କୁ ବଞ୍ଚାଇବାକୁ ଯାଇ ଟ୍ରକ ଡ୍ରାଇଭର ଗାଡ଼ି ଟିକୁ ରାସ୍ତା କଡକୁ ବୁଲାଇବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ପିକ୍ଅପ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ଫଳରେ ସାଇକେଲ ରେ ବୁଲାବୁଲି କରୁଥିବା ଦୁଇ ବାଳକ ମଧ୍ୟରୁ ଜଣେ ବାଳକଙ୍କ ହାତରେ ଟ୍ରକ୍ ଚଢ଼ି ଯାଇଥିବାରୁ ହାତରେ ଗଭୀର ଆଘାତ ଲାଗି ଗୁରୁତର ଆହତ ହୋଇଛନ୍ତି।
ଆହତ ବାଳକ ଜଣକ ହେଲେ ସାଲେସିଂ ଗ୍ରାମର ବିନୋଦ ସାହାଣୀ ଙ୍କ ପୁଅ ନିତିନି ସାହାଣୀ(୧୦) ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତରଣ କରାଯାଇଛି।