-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
18-Nov-2021
କର୍ଲ।ମୁଣ୍ଡା-(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲ।ମୁଣ୍ଡା ବ୍ଲକ ଅମର ମହାବିଦ୍ୟାଳୟ କୁଶୁର୍ଲା ଠାରେ ଅ ` ପତ୍ରିକା ପକ୍ଷରୁ ଲୁକ୍କାୟିତ ପ୍ରତିଭା ଅନ୍ୱେଷଣ 'ଅଭିଯାନ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି l ଅ"ଅନୁଷ୍ଠାନ ପ୍ରତିଷ୍ଠାତା ନରେଶ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ଅଦକ୍ଷ ନବୀନ ପଧାନ, ଅଧ୍ୟାପିକା ସସ୍ମିତା ସାହୁ, ଅଧ୍ୟାପକ ନରେଶ ବିଶି, ଅ'ପତ୍ରିକାର ସହ ସମ୍ପାଦକ ବିଶ୍ଵନାଥ ସାହୁ, କାହ୍ନୁ ଚରଣ ସାହୁ,କାର୍ଯ୍ୟକାରୀ ସମ୍ପାଦକ ଦୀପକ ସାହୁ, ଶରତ, ଚନ୍ଦନ ସାହୁ ପ୍ରମୁଖ ଯୋଗଦେଇ କଳାହାଣ୍ଡି ସାହିତ୍ୟକୁ ଆଗେଇ ନେବାରେ ଅ"ଅଭିଯାନ ର ଏହା ଏକ ଅଭିନଵ ପ୍ରୟାସ ବୋଲି କହିଥିଲେ l ଏଥିରେ କଲେଜର ଅନେକ ଛାତ୍ରୀ/ଛାତ୍ର ଭାଗ ନେଇ
କବିତା ଲେଖିଥିବା ବେଳେ ପଦ୍ମିନୀ ସାହୁ ପ୍ରଥମ, ରଶ୍ମିତା ସାହୁ ଦ୍ଵିତୀୟ, ସ୍ୱପ୍ନା ବାରିକ ଓ ମୋନାଲିସା ଯୁଗ୍ମ ଭାବରେ ତୃତୀୟ ସ୍ଥାନ ଅଧିକାର କରିଥିଲେ ।ମହାବିଦ୍ୟାଳୟର ଛାତ୍ର ଦିଲେଶ୍ଵର ସାହୁ, ଯୋଗେଶ୍ୱର ସାହୁ ସହଯୋଗ କରିଥିବାବେଳେ ପରିଶେଷରେ ଅ'ପତ୍ରିକାର ମୁଖ୍ୟ ସମ୍ପାଦକ ତପନ କୁମାର ସାହୁ ଧନ୍ୟବାଦ ଅର୍ପଣ ଥିଲେ।