-+91-9937148622 |
prerana_bgr@rediffmail.com |
Tuesday 16th June 2026 |
R.N.I. Regd No. ODIODI/2010/46693
Breaking News
18-Nov-2021
ନର୍ଲା (ସଞ୍ଜୀବ ଦାସ) ନର୍ଲା ବ୍ଳକ ଅନ୍ତର୍ଗତ ପଲସାପଡା ବୁର୍ଡିପଡା ଜଙ୍ଗଲକୁ ପର୍ଯ୍ୟଟନ କ୍ଷେତ୍ରରେ ବଣଭୋଜି ସ୍ଥଳୀ ମାନ୍ୟତା ଦାବି ହେଉଛି। ଏଥିପାଇଁ ଏହି ଜଙ୍ଗଲ ପରିସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ରୂପେ ନର୍ଲା ବ୍ଳକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ସମ୍ମାନିତ ଅତିଥି ଭାବେ ନର୍ଲା ତହସିଲଦାର ତଥା ଭାର ପ୍ରାପ୍ତ ବିଡ଼ିଓ ମାନସ ରଞ୍ଜନ ତ୍ରିପାଠୀ, ରାଜସ୍ୱ ପର୍ଯ୍ୟବେକ୍ଷକ ରଞ୍ଜିତ ରାଉତ, ଗ୍ରାମ୍ୟ ଉନ୍ନୟନ କମିଟି ସଭାପତି ଭାଗିରଥି ନାଏକ, ସାମ୍ବାଦିକ ଅଜୟ କୁମାର ସେନାପତି ଯୋଗଦେଇ ଥିଲେ। ଏହି ଜଙ୍ଗଲକୁ ପ୍ରତିବର୍ଷ ବଣଭୋଜି ପାଇଁ ଦୂର ଦୂରଦୂରାନ୍ତରୁ ଲୋକଙ୍କ ସମାଗମ ହୋଇଥାଏ। ଜଙ୍ଗଲକୁ ଲାଗି ସାନ୍ଦୁଲ ନଦୀ ପ୍ରବାହିତ ହେଉଥିବା ଦୃଷ୍ଟିରୁ ପ୍ରାକୃତିକ ଶୋଭା ପରିପୂର୍ଣ୍ଣ ସ୍ଥାନ ଅଟେ। ଏହାକୁ ଦୃଷ୍ଟିରେ ରଖି ରାଜସ୍ଵ ବିଭାଗ ପକ୍ଷରୁ ଜଙ୍ଗଲର ପରିସୀମା ନିର୍ଣ୍ଣୟ କରି ଏଠାରେ ଏକ ଆଶ୍ରୟ ସ୍ଥଳୀ, ପାଚେରୀ ନିର୍ମାଣ, ପାନୀୟ ଜଳ ସୁବିଧା, ବସିବା ବ୍ୟବସ୍ଥା, ରାସ୍ତା ମରାମତି ଆଦି କରିବା ପାଇଁ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ଦାବି କରାଯାଇଛି। ଏହି କାର୍ଯ୍ୟକ୍ରମରେ ହେମନ୍ତ କୁମାର ସାହୁ ମଞ୍ଚ ପରିଚାଳନା ଓ କମିଟି ସମ୍ପାଦକ ସରୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।