-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||     

HOME   ଜିଲ୍ଲା

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଘରେଘରେ ପହଞ୍ଚାଇବା ଆମର ପ୍ରଥମ କର୍ତ୍ତବ୍ୟ: ଜଗନ୍ନାଥ ସାର୍କା

15-Nov-2021



ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) :ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକଭିମୁଖି ଯୋଜନା ଭିତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ୟତମ l ତାକୁ ସମସ୍ତଙ୍କ ପାଖରେ କିଭଳି ଭାବେ ପହଞ୍ଚି ପାରିବ ତାକୁ ଲକ୍ଷ୍ୟ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତ ନିର୍ବାଚନ ମଣ୍ଡଳୀକୁ ମନ୍ତ୍ରୀ ମାନଙ୍କୁ ଦାୟିତ୍ଵ ପ୍ରଦାନ କରିଛନ୍ତି l ଏ ପରିପ୍ରେକ୍ଷୀରେ ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ଗୁରୁଦାୟିତ୍ଵ ବହନ କରିଛନ୍ତି ଓଡ଼ିଶା ରାଜ୍ୟର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀମାନ ଜଗନ୍ନାଥ ସାର୍କା ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ପୁଷ୍ପେନ୍ଦ୍ର ସିଂହଦେଓ l ସକାଳ ୯ ଘଟିକା ସମୟରେ ପାଇକମାଳ ବ୍ଳକରେ ଯାଉଥିବା ଚର୍ଦାପାଲି, ଲଖମରା,ସରେଇକେଲା ଗ୍ରାମପଞ୍ଚାୟତରେ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ ପରେ ବାଦିକଟା ଗ୍ରାମ ପଞ୍ଚାୟତକୁ ଆସି ପହଁଚିଥିଲେ lବାଦିକଟା ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମାନ ଡମ୍ବରୁଧର ପ୍ରଧାନ ଏବଂ ଓଡ଼ିଶା ଜୀବିକା ମିଶନ ରେ କାର୍ଯ୍ୟରତ ମାଷ୍ଟର ବୁକ୍ କିପର ଶ୍ରୀମତୀ ସୀମା ଭୋଇ ମନ୍ତ୍ରୀ ମୋହଦୟଙ୍କୁ ଫୁଲତୋଡ଼ା ଦେବା ସଙ୍ଗେ ସଙ୍ଗେ ହାଇସ୍କୁଲ ପଡ଼ିଆରେ ଆୟୋଜିତ ସଭାକୁ ପାଛୋଟି ନେଇଥିଲେ lସରପଞ୍ଚ ଶ୍ରୀମାନ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀମାନ ଜଗନ୍ନାଥ ସାର୍କା, ସମ୍ମାନିତ ଅତିଥି ଭାବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସ୍ୱତନ୍ତ୍ର ପ୍ରତିନିଧି  ଶ୍ରୀମାନ ପୁଷ୍ପେନ୍ଦ୍ର ସିଂହଦେଓ, ପାଇକମାଳ ବି.ଡ଼ି.ଓ ଉପାଞ୍ଜଳୀ ମାଝୀ, ପାଇକମାଳ ବ୍ଳକ ଅଧ୍ୟକ୍ଷ ଅଲତାପ ମହମ୍ମଦ, ଯୁବନେତା ଭୋଜରାଜ ସିଂ ବରିହା,ବିଜେଡି ଦଳର ପାଇକମାଳ ବ୍ଳକ ସଭାପତି ରାଜେନ୍ଦ୍ର କୁମାର ରାଉତ, ବିଧାୟକଙ୍କ ପ୍ରତିନିଧି ହୃଦାନନ୍ଦ ବାରିକ, ପାଇକମାଳ ଗ୍ରାମପଞ୍ଚାୟତ ସରପଞ୍ଚ ଧବଳେଶ୍ଵର ସାହୁ ମଞ୍ଚାସୀନ ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ଙ୍କ ଦୂରଦର୍ଶିତା ଏବଂ ଲୋକାଭିମୁଖୀ କାର୍ଯ୍ୟକ୍ରମ ଗୁଡିକ କିଭଳି ସମସ୍ତ ଙ୍କ ପାଖରେ ପହଞ୍ଚି ଏହାର ଭରପୁର ଫାଇଦା ଜନସାଧାରଣ ପାଇପାରିବେ ସେଇ ଲକ୍ଷ୍ୟରେ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ଚାଲିଛି lବର୍ତ୍ତମାନ ଯେଉଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଚାଲିଲା ତାହା ଆମ ମୁଖ୍ୟମନ୍ତ୍ରୀ ଙ୍କ ଦୂରଦର୍ଶିତା ପାଇଁ ସମ୍ଭବ ହୋଇ ପାରିଛି ଯାହା କି ଓଡ଼ିଶା ରେ ପ୍ରଥମ ବୋଲି ମତବ୍ୟକ୍ତ କରିଥିଲେ lଏ ସଭାରେ ଜନସାଧାରଣ ଙ୍କ ଉପସ୍ଥିତି ରେ ଗ୍ରାମ ପଞ୍ଚାୟତ ଅଧୀନ ରେ ଯାଉଥିବା ୫ଗୋଟି ଗ୍ରାମ ରୁ ୫ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଅତିଥି ଗଣ ସ୍ମାର୍ଟ କାର୍ଡ

ପ୍ରଦାନ କରିଥିଲେ lଏଠାକାର କାର୍ଯ୍ୟକ୍ରମ ସମାପନ ପରେ ନିକଟସ୍ଥ ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ରେ ଯାଇ ପହଞ୍ଚିଥିଲେ l ଏହି କାର୍ଯ୍ୟକ୍ରମ ରେ ସ୍ୱାସ୍ଥ୍ୟ ବିଭାଗ ର ମହିଳା ସ୍ବାସ୍ଥ୍ୟକର୍ମୀ, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀତଥା ଶତାଧିକ ଜନସାଧାରଣ ଙ୍କ ସମାଗମ ହୋଇଥିଲା ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମାନ ଅଭିମନ୍ୟୁ ବରିହା ଗାଁ ଦାଣ୍ଡରୁ ବିଭିନ୍ନ ନାଚଗୀତ ଆସର ରେ ଅତିଥି ମାନଙ୍କୁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ରେ ଆୟୋଜିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟାକ୍ରମ କୁ ପାଛୋଟି ନେଇଥିଲେ lଏଠାରେ ସରପଞ୍ଚ ଶ୍ରୀମାନ ବରିହା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାଧାରଣ ସଭାକୁ ଆସିଥିବା ଆବାଳବୃଦ୍ଧବନିତା ଙ୍କୁ ଶ୍ରୀମାନ ମନ୍ତ୍ରୀ ପ୍ରାରମ୍ଭେ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ଏଇ ଲୋକାଭିମୁଖୀ ଯୋଜନା ର ସୁଫଳ ଫାଇଦା ସମ୍ପର୍କରେ ଉପସ୍ଥିତ ଜନସାଧାରଣ ଙ୍କୁ ବୁଝାଇବା ସଙ୍ଗେ ସଙ୍ଗେ ଏଠାରେ ନିଜ ହାତରେ ୫ ଜଣ ଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିବା ପରେ ଏଠାରୁ ଭେଙ୍ଗରାଜପୁର ଗ୍ରାମପଞ୍ଚାୟତ ଆଡ଼କୁ ଅଗ୍ରସର ହୋଇଥିଲେ lଏହି ତୋଫାନୀ ଗ୍ରସ୍ତ ସମ୍ପର୍କରେ ପଚାରିବାରୁ ଯୁବନେତା ଶ୍ରୀ ଭୋଜରାଜ ସିଂ ବରିହା ସମୁଦାୟ ୮ ଗୋଟି ଗ୍ରାମ ପଞ୍ଚାୟତ ରେ ଏଇ କାର୍ଯ୍ୟକ୍ରମ ରହିଛି ବୋଲି ଆମ ସିମ୍ବାଦିକ ଙ୍କ ଉତ୍ତର ରେ ମତବ୍ୟକ୍ତ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026

You Might Also Like