-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
15-Nov-2021
ଭୁବନେଶ୍ବର ୧(ଅମୃତ ନନ୍ଦ)ପ୍ରଥମ ଥର ପାଇଁ ଏକା ସଙ୍ଗେ ୧୦ଟି ଚଳଚ୍ଚିତ୍ର ର ମହୁରତ କରି ରେକର୍ଡ ସୃଷ୍ଟି କରିଥିଲେ। ଆଉ ଏବେ ପ୍ରଥମ ଚଳଚ୍ଚିତ୍ର "ତୁ ସେଇ ନୀଳ ନୟନା" ସୁଟିଂ ସରୁ ସରୁ ଦ୍ବିତୀୟ ଚଳଚ୍ଚିତ୍ର ଲଭ୍ ୪୨୦ ର ମହୁରତ ସହ ସୁଟିଂ ଆରମ୍ଭ।
ବ଼ରମୁଣ୍ଡା ସିରିଡ଼ି ସାଇ ମନ୍ଦିର ରେ ମୁନ୍ ଟିଭି ମୁଭିଜ୍ ର ପ୍ରଯୋଜକ ସଚ୍ଚିକାନ୍ତ ଜେନା ଓ ବିନି ପଟ୍ଟନାୟକ , କ୍ରିଏଟିଭ ହେଡ ପ୍ରଣୟ ଜେଠୀ, ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ (ବାପି), ଅଭିନେତା ଜ୍ୟୋତି ଙ୍କ ଉପସ୍ଥିତି ରେ ମହୁରତ ଅନୁଷ୍ଠିତ ହୋଇଛି।
ସୁଟିଂ ଭୁବନେଶ୍ୱର,କଟକ , ବାରିପଦା ସହ ଗୀତ ସୁଟିଂ ହାଇଦ୍ରାବାଦ ଓ କୋଲକାତା ରେ ହେବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ପ୍ରକାଶ।
ଚଳଚ୍ଚିତ୍ର ରେ ସଂଳାପ ରଚନା କରିଛନ୍ତି ଡଃ ରଜନୀରଞ୍ଜନ ଓ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଅଭିଜିତ ମଜୁମଦାର।
ଏଥିରେ ଅଭିନୟ କରୁଛନ୍ତି ଜ୍ୟୋତି, ଶୀତଲ,ବବି ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା, ନବାଗତ ଏଲିସା, ସୁନୀତା,ହରି,ହାଡୁ ପ୍ରମୁଖ ଅଭିନୟ କରୁଛନ୍ତି।