-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
15-Nov-2021
ବରଗଡ(ନିରଞ୍ଜନ ତ୍ରିପାଠୀ) : ବରଗଡ଼ ଜିଲ୍ଲା ଭେଡେନ ବ୍ଳକ ଅନ୍ତର୍ଗତ ରେଶମ,ଅରେଇଗୁଡି ଏବଂ ଅଁଏଲାପାଲି ପଞ୍ଚାୟତ ରେ ଅତାବିରା ନିର୍ବାଚନ ମଣ୍ଡଳୀ ର ବିଧାୟିକା ତଥା ରାଜ୍ୟ ବିଜେଡି ମହିଳା ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଯୋଗଦେଇ ଓଡ଼ିଶାର ଲୋକପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଅଗଣିତ ଜନସାଧାରଣ ଙ୍କ ସେବାରେ ଉତ୍ସର୍ଗୀକୃତ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ lଏ ପରିପ୍ରେକ୍ଷୀରେ ପଞ୍ଚାୟତ ର ଜନସାଧାରଣ ତାଙ୍କ ପ୍ରିୟ ବିଧାୟିକା ଙ୍କୁ ନିଜଗହଣ ରେ ପାଇଁ ଅତି ଆନନ୍ଦ ଉଲ୍ଲାସର ସହ ଗାଁ ଦାଣ୍ଡରୁ ସଭା ସ୍ଥଳକୁ ପାଛୋଟି ନେଇଥିଲେ lଏ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ରାଜ୍ୟ ମହିଳା ସମ୍ପାଦିକା, ଭେଡେନ ବ୍ଳକ ଉପାଧ୍ୟକ୍ଷ ଶ୍ରୀମତୀ ସୁପ୍ରଭା ପ୍ରଧାନ, ଅଞ୍ଚଳ ର
ବିଶିଷ୍ଟ ସମାଜବାଦୀ ବିଜୁଜନତା ଦଳ ର ସକ୍ରିୟ ସଭ୍ୟ ହରିଶଙ୍କର ବେହେରା, ଭେଡେନ ବ୍ଳକ ବିଜେଡି ଯୁବ ସଭାପତି ସୁରେନ୍ଦ୍ର କର୍ମୀ, ଭେଡେନ ବ୍ଳକ ଅଧ୍ୟକ୍ଷ ଡୋଲାମଣୀ ଖେତୀ ଙ୍କ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟ ତଥା ଆବାଳବୃଦ୍ଧବନିତା ଯୋଗଦେଇ ମହିଳା ମାନଙ୍କ ପାଇଁ ୧୦ ଲକ୍ଷ ଏବଂ ପୁରୁଷ ମାନଙ୍କ ପାଇଁ ୫ଲକ୍ଷ ର ସ୍ୱାସ୍ଥ୍ୟ ସେବା ରେ ବୀମା କଭରେଜ୍ କରୁଥିବାରୁ, ଏଭଳି ମହତ ଉଦ୍ଦେଶ୍ୟ ରଖି ଏହି ମହାନ କାର୍ଯ୍ୟ ସମର୍ପିତ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଜନସାଧାରଣ ଧନ୍ୟବାଦ ଜଣାଇଛନ୍ତି l