-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
14-Nov-2021
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ)ମାତା, ପିତା ଓ ଗୁରୁ ଙ୍କୁ ସଂସାର ରେ ସର୍ବଶ୍ରେଷ୍ଠ ମାନ୍ୟତା ଦିଆଯାଇଛି। ଗୁରୁ ହିଁ ସାକ୍ଷାତ ଈଶ୍ୱର ବୋଲି କୁହାଯାଉଥିବାବେଳେ ଆଜିକାଲି ଏମିତି ଜଣେ ଜଣେ ଗୁରୁ ଅଛନ୍ତି ଯେ ତାଙ୍କୁ ସମ୍ମାନ ଦେବା ବଦଳରେ ଦେଖିବାକୁ ମଧ୍ୟ ଘୃଣା ଲାଗୁଛି। ବିଭିନ୍ନ ସ୍ଥାନରେ ଗୁରୁ ମାନଙ୍କର ନାଁ ଅନେକ ଅଭିଯୋଗ ଆସୁଛି। କେଉଁଠି ଛାତ୍ରଛାତ୍ରୀ ଙ୍କୁ ନିର୍ଯ୍ୟାତନା ଦିଆଯାଇଥିବା, କେଉଁଠି ଛାତ୍ରୀ ଙ୍କୁ ଅସଦାଚରଣ କରୁଥିବା, କେଉଁଠି ଛାତ୍ରୀ ଙ୍କୁ ଦୁଷ୍କର୍ମ ଅଭିଯୋଗ। ବେଲେବେଲେ ଶିକ୍ଷୟିତ୍ରୀ ମାନଙ୍କର ନାଁ ରେ ମଧ୍ୟ ବିଭିନ୍ନତା ଅଭିଯୋଗ ଆସୁଛି ଯାହାକି ସେମାନେ ଛାତ୍ର ଛାତ୍ରୀ ଙ୍କୁ ଅପବ୍ୟବହାର କରୁଛନ୍ତି। ସୂଚନାଯୋଗ୍ୟ ଯେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ଯୋଗିମୁଣ୍ଡା ରାଜେନ୍ଦ୍ର ମେହେର ଜୁନିଅର କଲେଜ ର ଅଧ୍ୟାପିକା ବିନ୍ଦୁ ପୋଡ଼ ଜଣେ ଯୁକ୍ତ ଦୁଇ କଳା ପ୍ରଥମ ବର୍ଷ ଛାତ୍ର ଙ୍କୁୁୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେହି ଘଟଣା ଟି ୮/୧୧/୨୧ ରେ ହୋଇଥିବା ବିଶେଷ ସୂଚନା ରୁ ଜଣାପଡିଛି। ଅଧ୍ୟାପିକା ଙ୍କ ଏଭଳି କୁକାର୍ଯ୍ୟ ପାଇଁ ଅଞ୍ଚଳବାସୀ ତ୍ରୀବ ନିନ୍ଦା କରିଛନ୍ତି। ଏହା ପ୍ରତି ଜିଲ୍ଲା ଶିକ୍ଷା ଅଧିକାରୀ ଓ ଶିକ୍ଷା ବିଭାଗ ମନ୍ତ୍ରୀ ସ୍ବତନ୍ତ୍ର ଦୃଷ୍ଟି ଆକର୍ଷଣ କରି ଅଧ୍ୟାପିକା ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।