-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||     

HOME   ଜିଲ୍ଲା

ବରଗଡ଼ : ପୁରାତନ ଛାତ୍ର ଙ୍କ ବଂଧୁ ମିଳନ

14-Nov-2021



ବରଗଡ:-ଅତାବିରା ବ୍ଲକ ସରଣ୍ଡା ସ୍ଥିତ ବାବା ବିଶ୍ୱେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ  ଅତାବିରା ଉଚ୍ଚ ବିଦ୍ୟାଳୟ ର ୧୯୮୩ ଶିକ୍ଷାବର୍ଷ ର  ଦଶମ ଶ୍ରେଣୀ ଛାତ୍ର ଏବଂ ସେମାନଙ୍କ  ପରିବାର ବର୍ଗଙ୍କୁ ନେଇ  ସଂଯୋଜକ ବଳରାମ ସାହୁ ଙ୍କ ଆହ୍ବାନ କ୍ରମେ ବନ୍ଧୁ ମିଳନ ପର୍ବ ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସରରେ ପ୍ରତିବର୍ଷ ଭଳି ପଶ୍ଚିମ ଓଡ଼ିଶାର  ଅଷ୍ଟଶମ୍ଭୁ  ମଧ୍ୟରେ ଅନ୍ୟତମ ସରଣ୍ଡା  ବାବା ବିଶ୍ଵେଶ୍ୱର ଙ୍କ ମନ୍ଦିର ରେ ରୁଦ୍ରାଭିଶେକ ସହ ମହାମୃତ୍ୟୁଞ୍ଜୟ ଜପ କରାଯାଇଥିଲା। ଏହି ରୁଦ୍ରାଭିଶେକ ରେ  କାଶିଶ୍ୱର ବେହେରା ଓ ରତ୍ନାକର ମହାପାତ୍ର ସପତ୍ନିକ କର୍ତ୍ତା ଦାୟିତ୍ଵ ତୁଲାଇଥିଲେ। ପଣ୍ଡିତ ବାବୁଲାଲ ପାଣ୍ଡିଆ ଓ ଜୟପ୍ରକାଶ ଦାଶ ପୌରୋହିତ୍ୟ ଦାୟିତ୍ଵ ତୁଲାଇଥିଲେ।      ସମସ୍ତ ସହପାଠୀ ବନ୍ଧୁ ମାନଙ୍କୁ ନେଇ ବନ୍ଧୁମିଳନ କାର୍ଯ୍ୟକ୍ରମ ହୋଇଥିଲା।  ଏହି ଦୁନିଆରୁ ବିଦାୟ ନେଇ ସାରିଥିବା  ବିଜୟ ମେହେର,ଗୌର ପ୍ରଧାନ,ସହଦେବ ପ୍ରଧାନ, ଚନ୍ଦ୍ରକାନ୍ତ ସ୍ୱାଇଁ,ରାମକୃଷ୍ଣ ସ୍ୱାଇଁ,ସୁରେଶ ସିଂହ,ଅର୍ଜୁନ ସୁସାରୀ,ସରୋଜ ପ୍ରଧାନ, କାଳାଚନ୍ଦ୍ ଗଡତିଆ ,ଶରତ ରଥ,ବସନ୍ତ ଗୌଡ଼ ଓ ଦିବ୍ୟ କିଶୋର ଦେବତା ଆଦି   ୧୨ ଜଣ ଦିବଂଗତ ଆତ୍ମା ମାନଙ୍କର ଆତ୍ମାର ସଦଗତି ପାଇଁ ପ୍ରଥମେ ସମସ୍ତେ ଗୋଟିଏ ମିନିଟ ନୀରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ଏହାପରେ ଗୁରୁଶିଷ୍ୟ ପରମ୍ପରାକୁ ବଜାୟ ରଖିବା ପାଇଁ  ବିଦ୍ୟାଦାତା ଗୁରୁ ମାନଙ୍କୁ ଆସ୍ଥାନରେ ବସାଇ ,ପାଦଧୌତ କରି ଫୁଲ ଚନ୍ଦନ ଓ ଉପଢୌକନ ଦେଇ ସମ୍ମାନ ଜଣାଇ ପୂଜା କରିଥିଲେ। ପ୍ରତି ବର୍ଷ ଭଳି  ଚଳିତ ବର୍ଷ ଗୁରୁ ଋଷୁଭ ସାହୁ, ଦୁର୍ଯ୍ୟୋଧନ ପ୍ରଧାନ, କୁମାର ବେହେରା, ଭୋଜରାଜ ସ୍ୱାଇଁ, ଭରତ ସାହୁ ଙ୍କୁ  ପୂଜା କରିଥିଲେ। ସମସ୍ତ  ଗୁରୁ ମାନେ ତାଙ୍କ ଶିଷ୍ୟ ମାନଙ୍କୁ ଆଶୀର୍ବାଦ ଦେଇ ଉତ୍ତୋରତ୍ତର ମଙ୍ଗଳ କାମନା କରିଥିଲେ। ପୁଣି ଥରେ ସେଇ  ଅତୀତକୁ ଫେରିଯାଇ ଛାତ୍ର ସମୟର ଅନୁଭୂତି କୁ ମନେ ପକାଇ  ନିଜ ନିଜ ଭିତରେ ହସଖୁସିରେ ମଜ୍ଜି ଯାଇଥିଲେ ସମସ୍ତେ । ଉପସ୍ଥିତ ୩୫  ଜଣ

ଛାତ୍ର ଓ  ତାଙ୍କ ପରିବାର ବର୍ଗ ପରସ୍ପର ମଧ୍ୟରେ ଭାବ ବିନିମୟ କରି ନିଜ ନିଜର ସୁଖ  ବାଣ୍ଟି ଅନ୍ୟର ଦୁଃଖ କୁ ଲାଘବ କରି  ବନ୍ଧୁ ମିଳନର ଏକ ଅପୂର୍ବ ମହନୀୟ ପରିବେଶ ସୃଷ୍ଟି କରିଥିଲେ। ଆସନ୍ତା ବର୍ଷ ପୁଣି କେମିତି ଏହି ବନ୍ଧୁମିଳନ କରାଯିବ ତାର ପୂର୍ବ ଯୋଜନା କରିବା ସହ ବନ୍ଧୁମିଳନ ର ରୌପ୍ୟ ଜୟନ୍ତୀ ପାଳନ କରିବାକୁ ମଧ୍ୟ  ନିଷ୍ପତ୍ତି ନେଇଥିଲେ।ଆସନ୍ତା ବର୍ଷ  ବଳରାମ ସାହୁ ଓ କେ ଟି ପି ରାଜୁ କର୍ତ୍ତା ଦାୟିତ୍ଵ ନେବେ ବୋଲି ଏଥିରେ ସ୍ଥିର କରାଯାଇଥିଲା। ଏହି ବନ୍ଧୁ ମିଳନ କୁ ସଫଳ କରିବାରେ ରାଜେଶ୍ ପାଢ଼ୀ,ଅଧିକ ପଣ୍ଡା,ଗୁଣନିଧି ପ୍ରଧାନ, ଭରତ ପ୍ରଧାନ,ବାହାଦୁର ବେହେରା,ଲଳିତ  ବାଂକା,ସରୋଜ ଗଡତୀଆ, କମଳ ପାତ୍ର,ଭାବଗ୍ରାହୀ ଭୋଇ,ଧୃବରାଜ୍ ସ୍ୱାଇଁ,ରାଜକୁମାର ବାଙ୍କା ,ଡାକ୍ତର ପାତ୍ର ତଥା ସମସ୍ତ ସଭ୍ୟ ସକ୍ରିୟ ସହଯୋଗ କରିଥିଲେ।ଶେଷରେ ଜଗନ୍ନାଥ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026

You Might Also Like