-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
11-Nov-2021
ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) :-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଅଧିନସ୍ଥ ଲଖମରା ଗ୍ରାମପଞ୍ଚାୟତ ର ପୂଝାରିପାଲି ଗ୍ରାମ ଠାରେ ବିଶ୍ଵଶାନ୍ତି ଏବଂ ଗ୍ରାମ ର ଶାନ୍ତି ନିମନ୍ତେ ଦିର୍ଘ ତିନି ଦିନ ବ୍ୟାପି ତା ୦୯.୧୧.୨୦୨୧ ଠାରୁ ୧୧.୧୧.୨୦୨୧ ରିଖ ପର୍ଯ୍ୟନ୍ତ ଗ୍ରାମ ର ଶ୍ରୀମାନ ଝସକେତନ ସାହୁ ଏବଂ ତାଙ୍କ ସହଧର୍ମିଣୀ ଶ୍ରୀମତୀ ଲିଜା ସାହୁ ଙ୍କ କର୍ତ୍ତୃତ୍ୱ ରେ ଏକ ବିଶାଳ ସପ୍ତସତୀ ଚଣ୍ଡିପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି lଉକ୍ତ କାର୍ଯ୍ୟକ୍ରମ ରେ ଶତାଧିକ ଗ୍ରାମବାସୀ ଙ୍କ ସମେତ ଲଖମରା ଗ୍ରାମପଞ୍ଚାୟତ ର ଭକ୍ତ ମାନଙ୍କ ସମାବେଶ ହୋଇଥିଲା lରାତ୍ର ସମୟ ରେ ମାଁ ଙ୍କ ଉଦ୍ଦେଶ୍ୟ ରେ ପଦ୍ମପୁର ବ୍ଲକ ର ଘନାମାଲ ନିବାସୀ ମାନନୀୟ ବିନୋଦ ସାହୁ ଙ୍କ ଦ୍ଵାରା ସୁନ୍ଦରାକାଣ୍ଡ ପାରାୟଣ ଏବଂ ଗାଇସିଲେଟ ବ୍ଳକ ର କନ୍ଦୁମୁଣ୍ଡା ଗ୍ରାମର ଅମ୍ବିକା ପାଲା ଦଳ ସମ୍ପୂର୍ଣ୍ଣ ପରିବେଶ କୁ ଧାର୍ମିକ ତଥା ଚିତ୍ତାକର୍ଷକ କରିଦେଇଥିଲେ lଦିର୍ଘ ତିନି ଦିନ ଧରି ପୂଜାର୍ଚ୍ଚନା,
ଆଳତୀ ସହ ଅଗଣିତ ଭକ୍ତ ଙ୍କ ସକାଶେ ଅନ୍ନପ୍ରସାଦ ସେବନ ପାଇଁ ଅନ୍ନଛତ୍ର ଖୋଲାଯାଇଥିଲା lପୂଜା କାର୍ଯ୍ୟକ୍ରମ ତଥା ଚଣ୍ଡିପାଠ ସମ୍ବଲପୁରୀ ନିବାସୀ ପୂଜକ ରୋହିତ ହୋତା ଙ୍କ ଦ୍ଵାରା ପରିଚାଳିତ ହେବା ସାଙ୍ଗକୁ ପୂଜକ ସମ୍ବଲପୁରୀ ନିବାସୀ ପଣ୍ଡିତ ସଞ୍ଜିବ ହୋତା, ଛତିଶଗଡ ନିବାସୀ ଆଚାର୍ଯ୍ୟ ବିମଲ ବେହେରା, ଝାରବନ୍ଧ ବ୍ଳକ ଗୈାଡମାଲ ନିବାସୀ ପଣ୍ଡିତ ମନୋଜ ପାଢ଼ୀ ଙ୍କ ଦ୍ଵାରା ଚଣ୍ଡୀପାଠ ସମ୍ପର୍ଣ୍ଣ ହୋଇ ଯାଇଛି l